• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଓଡ଼ିଶାକୁ ସୁଭାଷ ଚନ୍ଦ୍ର ବୋଷ ବିପ‌ର୍ଯ୍ୟୟ ପରିଚାଳନା ପୁରସ୍କାର-୨୦୨୩ ପ୍ରଦାନ କରାଯିବ ।
  2. ଗୁରୁବାର ଦିନ ୟୁକ୍ରେନର ରାଜଧାନୀ କିଭ୍ ସମେତ ୧୦ଟି ସହର ଉପରେ ରୁଷୀୟ ସେନା ପ୍ରାୟ ୧୫ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ଏହି ଆକ୍ରମଣରେ ୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି।
  3. କର୍ଣ୍ଣାଟକ ହାଇକୋର୍ଟର ଜଣିକିଆ ବେଞ୍ଚ ବିରୂପାକ୍ଷପ୍ପାଙ୍କୁ ଆତ୍ମସମର୍ପଣ କରି ଆବେଦନ କରିବାର ୪୮ ଘଣ୍ଟା ଭିତରେ ୫ ଲକ୍ଷ ଟଙ୍କାର ସିକ୍ୟୁରିଟି ବଣ୍ଡ ସହିତ ସର୍ତ୍ତମୂଳକ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ସର୍ତ୍ତ ଭିତରେ ଅଛି ବିରୂପାକ୍ଷପ୍ପା କର୍ଣ୍ଣାଟକ ସୋପ୍ ଆଣ୍ଡ ଡିଟର୍ଜେଣ୍ଟ ଲିମିଟେଡ୍ (କେଡିଏସ୍‌ଏଲ୍‌) ପରିସରରେ ପ୍ରବେଶ କରିବେ ନାହିଁ।
  4. ସେବି ପାଖରେ ୫୧୫ ଖିଲାପୀଙ୍କ ତାଲିକା ରହିଛି। ଅସୁଲ କଷ୍ଟକର’ ବର୍ଗରେ ସାମିଲ ଥିବା ଖିଲାପୀଙ୍କ ବିଷୟରେ ଯେଉଁମାନେ ସଠିକ୍ ତଥ୍ୟ ଦେବେ ସେମାନେ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହେବେ। ନିବେଶକ ସୁରକ୍ଷା ଓ ସଚେତନତା ପାଣ୍ଠିରୁ ପୁରସ୍କାର ରାଶି ପ୍ରଦାନ କରାଯିବ।
  5. କେନ୍ଦ୍ର ସାହିତ୍ୟ ଅକା‌ଦେମିର ବାର୍ଷିକ ସାହିତ୍ୟୋତ୍ସବ-୨୦୨୩ ମାର୍ଚ୍ଚ ୧୧ରୁ ଆରମ୍ଭ ହୋଇ ୧୬ ପର୍ଯ୍ୟନ୍ତ ଚାଲିବ। ସାହିତ୍ୟୋତ୍ସବର ଏକାଧିକ ଅଧିବେଶନରେ ଓଡ଼ିଆ ସାହିତ୍ୟିକମାନେ ଯୋଗଦେବେ। ୧୧ରେ ସାହିତ୍ୟୋତ୍ସବ ଉଦ୍‌ଘାଟନ ସହ ‌ସଂଧ୍ୟାରେ କେନ୍ଦ୍ର ସାହିତ୍ୟ ଅକାଦେମି -୨୦୨୨ ପୁରସ୍କାର ବିତରଣ କରାଯିବ।
  6. ନେପାଳୀ କଂଗ୍ରେସର ରାମ ଚନ୍ଦ୍ର ପାଉଡେଲ ନେପାଳର ତୃତୀୟ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ନେପାଳୀ କଂଗ୍ରେସ ଓ ସିପିଏନ ସମେତ ୮ଟି ରାଜନୈତିକ ଦଳର ମିଳିତ ପ୍ରାର୍ଥୀ ଭାବେ ଶ୍ରୀ ପାଉଡେଲ ଫେଡେରାଲ ସଭ୍ୟଙ୍କ ୩୧୩ଟିରୁ ୨୧୪ଟି ଭୋଟ ପାଇଥିବା ବେଳେ ଆସେମ୍ବ୍ଲି ସଭ୍ୟଙ୍କ ୫୧୮ଟିରୁ ୩୫୨ଟି ଭୋଟ ପାଇଛନ୍ତି।
  7. ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାର୍ବଜନୀନ ଟିକାକରଣ ନିମନ୍ତେ ଅଧିକ ୧୦ଟି ତାପ ସଂରକ୍ଷିତ ଯାନ ଏବଂ ଗ୍ରାମାଞ୍ଚଳରେ ସ୍ୱେଚ୍ଛାକୃତ ରକ୍ତ ଦାନକୁ ପ୍ରୋତ୍ସାହିତ କରିବା ପାଇଁ ଅଧିକ ୫ଟି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ଲୋକାର୍ପଣ କରିଛନ୍ତି ।
  8. ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣିର ଗୋଟିଏ ଦିନ ପୂର୍ବରୁ ଗୁରୁବାରଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଗିରଫ କରିଛି। ତାଙ୍କୁ ୩ ଦିନ ପଚରାଉଚରା କରିବାକୁ କୋର୍ଟ ଇଡିକୁ ଅନୁମତି ଦେଇଛନ୍ତି।
  9. ଓଡ଼ିଶା ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ ହୋଇପାରିଛି । ପଞ୍ଚାୟତ ଓ ପୌରାଞ୍ଚଳରେ ମହିଳାଙ୍କ ପାଇଁ ୩୩ ପ୍ରତିଶତରୁ ସ୍ଥାନ ସଂରକ୍ଷଣକୁ ୫୦ ପ୍ରତିଶତକୁ ବୃଦ୍ଧି କରିଛି ବିଜେଡି । ସଂସଦ ଓ ବିଧାନସଭାରେ ମା’ମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ବିଜୁ ଜନତା ଦଳ ତା’ର ଲଢେଇ ଜାରି ରଖିବ ।
  10. ଓଡିଶାରେ ଏପ୍ରିଲରୁ ୩୧୭ ତହସିଲରେ କାର୍ଯ୍ୟକାରୀ ହେବ ଭର୍ଚୁଆଲ କୋର୍ଟ। ଆଭାସି ମାଧ୍ୟମରେ ହେବ ଜମି ଜମା ସମ୍ପର୍କିତ କେସ ଫଇସଲା। ପରୀକ୍ଷାମୂଳକ ଭାବେ ୮୦ ଟି ତହସିଲ କାର୍ଯ୍ୟାଳୟରେ ଆରମ୍ଭ ହୋଇଥିବା ବେଳେ ୩୦୦୦ ମାମଲାର ସମାଧାନ ହୋଇଛି।
  11. ଓଡିଶାରେ ଚଳିତବର୍ଷ ପୂରଣ ହେବ ୫୪୫ OAS/ORS ପଦବୀ। OPSC ଜରିଆରେ ଏହି ପଦବୀ ପୂରଣ କରାଯିବ। ରାଜସ୍ବ ବିଭାଗର କର୍ମଚାରୀ ଅଭାବ ଦୂର ପାଇଁ ୫୦୦୦ ନୂଆ ନିଯୁକ୍ତି କରାଯିବ। RI, ARI ଭଳି ବିଭିନ୍ନ ପଦବୀରେ ନିଯୁକ୍ତି ଦିଆଯିବ। ଭିତ୍ତିଭୂମି ସୁଦୃଢ଼ ଉପରେ ବିଭାଗ ଗୁରୁତ୍ଵ ଦେଉଛି। ଚଳିତ ଥର ୪୩୧ RI ଅଫିସ ନିର୍ମାଣ ପାଇଁ ବିଭାଗ ନିଷ୍ପତି ନେଇଛି।
  12. ଓଡିଶାରେ ଆରମ୍ଭ ହେଉଛି ମ୍ୟାଟ୍ରିକ ପରୀକ୍ଷା। ଏହା ମାର୍ଚ୍ଚ ୨୦ ଯାଏ ଚାଲିବ। ଏହା ମାଟ୍ରିକ ଦ୍ଵିତୀୟ ସମ୍ମେଟିଭ ପରୀକ୍ଷା। ଚଳିତ ଥର ୫ ଲକ୍ଷ ୪୧ ହଜାର ୨୪୭ ଛାତ୍ର ଛାତ୍ରୀ ୩୨୧୮ ସେଣ୍ଟରରେ ମାଟ୍ରିକ ପରୀକ୍ଷା ଦେବେ। ୨୨ ପୋଲିସ ଷ୍ଟେସନକୁ ମିଶାଇ ହୋଇଥିବା ୩୧୬ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଂଚି ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି।
  13. ଆସନ୍ତା ୩ ରୁ ୪ ମାସ ମଧ୍ୟରେ ଇଫକୋ ପାରାଦୀପ ପ୍ଲାଣ୍ଟରୁ ନାନୋ ଡିଏପି ସାର ଉତ୍ପାଦନ ଆରମ୍ଭ ହେବ। ଆବଶ୍ୟକୀୟ ମଞ୍ଜୁରି ମିଳିଲେ ସମ୍ଭବତଃ ଆଗାମୀ ଖରିଫ୍‌ ଋତୁରେ ଏହି ସାର ଚାଷୀମାନଙ୍କୁ ଉପଲବ୍ଧ ହେବ।
  14. କେନ୍ଦ୍ର କୋଇଲା ମନ୍ତ୍ରାଳୟ ପକ୍ଷରୁ ବାଣିଜ୍ୟିକ ଖନନ ପାଇଁ ୨୯ଟି କୋଇଲା ଖଣିକୁ ସଫଳତାର ସହ ନିଲାମ କରାଯାଇଛି। ସେଥିରେ ଓଡ଼ିଶାର ଚାରିଟି ଖଣି ରହିଛି।
  15. ଚଳିତ ମାସ ୩୧ ସୁଦ୍ଧା ପାନ୍ ସହ ଆଧାର ଲିଙ୍କ୍‌ କରିବାକୁ ନିବେଶକମାନଙ୍କୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) କହିଛି। ପ୍ରତିଭୂତି ବଜାରରେ ସୁରୁଖୁରୁରେ କାରବାର କରିବା ଲାଗି ଏହି କାର୍ଯ୍ୟ ଶୀଘ୍ର କରିବାକୁ ନିବେଶକମାନଙ୍କୁ କୁହାଯାଇଛି।
  16. ଷ୍ଟ୍ରୋକ୍‌ ଯୋଗୁ ଭାରତରେ ପ୍ରତି ୪ ମିନିଟରେ ଜଣଙ୍କର ମୃତ୍ୟୁ ଘଟୁଛି। ବର୍ତ୍ତମାନ ଏହା ଦେଶରେ ଘଟୁଥିବା ମୃତ୍ୟୁର ଦ୍ୱିତୀୟ ପ୍ରମୁଖ କାରଣ ପାଲଟିଥିବା ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (ଏମ୍ସ)ର ନ୍ୟୁରୋଲୋଜିଷ୍ଟ (ମସ୍ତିଷ୍କ ରୋଗ ବିଶେଷଜ୍ଞ) ପ୍ରଫେସର ଏମ୍‌.ଭି. ପଦ୍ମା ଶ୍ରୀବାସ୍ତବ କହିଛନ୍ତି। ଦେଶରେ ପ୍ରତିବର୍ଷ ୧,୮୫,୦୦୦ ଜଣ ଷ୍ଟ୍ରୋକ୍‌ର ଶିକାର ହେଉଛନ୍ତି। ସେହିପରି ପ୍ରତି ୪୦ ସେକେଣ୍ଡରେ ଜଣଙ୍କୁ ଷ୍ଟ୍ରୋକ୍‌ ଆସିଥାଏ।
  17. ଆମ ଆଦମୀ ପାର୍ଟିର ବିଧାୟକ ସୌରଭ ଭରଦ୍ୱାଜ ଏବଂ ଆତିଶୀ ଅରବିନ୍ଦ କେଜ୍ରିୱାଲ କ୍ୟାବିନେଟରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହାପରେ ଆତିଶୀ ଗିରଫ ହୋଇଥିବା ୨ ମନ୍ତ୍ରୀକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏଏପି ନେତା ମନୀଷ ସିସୋଡିଆ ଏବଂ ସତ୍ୟେନ୍ଦ୍ର ଜୈନ ଜେଲରୁ ମୁକୁଳିବା ପରେ ଶିକ୍ଷା ଏବଂ ସ୍ବାସ୍ଥ୍ୟ ବିଭାଗର ଦାୟିତ୍ୱ ନେବେ।
  18. କେନ୍ଦ୍ର ବିଜ୍ଞାନ ଓ କାରିଗରୀ ରାଷ୍ଟ୍ରମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ ମହିଳାମାନଙ୍କ ପାଇଁ ଗବେଷଣା ଅନୁଦାନ ନିମନ୍ତେ ସ୍ୱତନ୍ତ୍ର ପୋର୍ଟାଲ ଖୋଲିବା ବିଷୟ ଘୋଷଣା କରିଛନ୍ତି। ଚଳିତ ବର୍ଷ ଏପ୍ରିଲ ପହିଲାରୁ ଏହି ପୋର୍ଟାଲ କାର୍ଯ୍ୟକ୍ଷମ ହେବ।
  19.  ଦେଶରେ ଏଚ୍‌୩ଏନ୍‌୨ ଭାଇରସରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରୁ ଜଣେ କର୍ନାଟକ ହାସନ ଜିଲାର ହୋଇଥିବା ବେଳେ ଅନ୍ୟ ୫ ଜଣ ପଞ୍ଜାବ ଏବଂ ହରିଆଣାର ବୋଲି ଜଣାପଡିଛି। । 
  20. ଆଫଗାନିସ୍ତାନକୁ ୨୦ହଜାର ମେଟ୍ରିକ୍‌ ଟନ୍‌ ଗହମ ପଠାଇବ ଭାରତ। ଇରାନର ଚବାହାର ପୋର୍ଟ ଦେଇ ଏହି ଗହମ ସପ୍ଲାଇ କରାଯିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.