• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଓଡିଶା ବଜେଟ୍‌ ୨୦୨୩ – ୨୪ ସଂପର୍କିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ ରାଜ୍ୟରେ ୨୦୨୩ – ୨୪ ଆର୍ଥିକ ବର୍ଷରେ ସଡକ ବିକାଶ କାର୍ଯ୍ୟକ୍ରମ ଅଧୀନରେ ୩୦୦୦ କିଲୋମିଟର ସଡକ , ୦୯ ଗୋଟି ମୁଖ୍ୟ ସେତୁର ଉନ୍ନତିକରଣ ପାଇଁ ୪ , ୬୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି , ଯାହା ୨୦୨୨ – ୨୩ ଆର୍ଥିକ ବର୍ଷରେ ୧୮୯୦ କୋଟି ଥିଲା ।
  2. ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂଙ୍କୁ ପଞ୍ଜାବର ଜଲନ୍ଦର ପୁଲିସ ଗିରଫ କରିଛି।ପ୍ରଥମେ ଅମୃତପାଲର ସହଯୋଗୀମାନେ ଧରା ପଡ଼ିବା ପରେ ଅମୃତପାଲକୁ ଜଲୁପୁର ଖେରା ଗ୍ରାମ ନିକଟରୁ ଗିରଫ କରାଯାଇଛି । ତାକୁ ଧରିବାକୁ ପ୍ରାୟ ୧୦୦ଟି ଗାଡ଼ିରେ ପୁଲିସ ପିଛା କରିଥିଲା ।
  3. ଓଡ଼ିଶା ଉଠା ଜଳସେଚନ ନିଗମକୁ ଶ୍ରେଷ୍ଠ ଗୋଷ୍ଠୀ ପ୍ରକଳ୍ପ ଶ୍ରେଣୀରେ ସମ୍ମାନସ୍ପଦ ‘ନ୍ୟାସନାଲ୍‌‌ ୱାଟର୍‌‌ ଡାଇଜେଷ୍ଟ୍‌‌’ ଓ ରାଜ୍ୟ ଜଳ ସମ୍ପଦ ବିଭାଗକୁ ଉପର ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପର ଉତ୍ତମ ଭିତ୍ତିଭୂମି ନିର୍ମାଣ ଓ ଜଳ ପରିଚାଳନା ପାଇଁ ବେଷ୍ଟ୍‌‌ ଇନଫ୍ରା ପାଇନର୍‌‌ ପ୍ରୋଜେକ୍ଟ ପୁରସ୍କାର ମିଳିଛି।
  4. ନିର୍ମାଣ କ୍ଷେତ୍ରରେ ଆଗୁଆ ଓଡ଼ିଶା। ୨୦୨୪ ମାର୍ଚ୍ଚ ସୁଦ୍ଧା ପୁରୀ ହେବ ବିଶ୍ୱସ୍ତରୀୟ ହେରିଟେଜ ସହର। ସେହିପରି ୬ ଲେନ୍ ବିଶିଷ୍ଟ କଟକ ରିଂ ରୋଡ୍, ୪ ଲେନ୍ ବିଶିଷ୍ଟ କଟକ-ପାରାଦୀପ ରାସ୍ତା ଏଥର ସରିବ । ବଜେଟ ପରବର୍ତ୍ତୀ ପ୍ରେସ ମିଟରେ ଏହି ସୂଚନା ଦେଇଛନ୍ତି ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ ମଲ୍ଲିକ । ବ୍ରହ୍ମପୁର-ଜୟପୁର ୪ ଥାକିଆ ରାସ୍ତା ଏଥର ନୂଆ ଯୋଜନାରେ ସାମିଲ ହୋଇଛି ।
  5. ମଧ୍ୟପ୍ରଦେଶରେ ବାଲାଘାଟରେ ଏକ ଟ୍ରେନର ଚାର୍ଟର ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇ୨ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି।
  6. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତ-ବାଂଲାଦେଶ ଫ୍ରେଣ୍ଡଶିପ୍‌ ପାଇପ ଲାଇନର ଲୋକାର୍ପଣ କରିଛନ୍ତି।
  7. ଦେଶର ଉତ୍ତର-ପୂର୍ବ ରାଜ୍ୟ ଆସାମରେ ଶନିବାର ଦୁଇ ଥର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୬ ଏବଂ ୨.୮ ଥିଲା।
  8. ଭାରତ-ଜାପାନ ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ କରିବାକୁ ଜାପାନ ପ୍ରଧାନମନ୍ତ୍ରୀ କିଶିଦା ଫୁମିଓ ଆସନ୍ତା ମାର୍ଚ୍ଚ ୨୦ରେ ଭାରତ ଗସ୍ତରେ ଆସିବେ।
  9. ଆମେରିକାକୁ ଚାକିରି କରିବାକୁ ଯାଇଥିବା ଭାରତୀୟଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସରକାରଙ୍କୁ ପକ୍ଷରୁ ଏଚ-୧-ବି ଭିଜା ଉପରେ ଅଣାଯାଇଥିବା ଆଇନ ଅନୁସାରେ ଆମେରିକାରେ ଚାକିରିରୁ ଛଟେଇ ହୋଇଥିବା ଲୋକଙ୍କୁ ୬୦ ଦିନ ମଧ୍ୟରେ ଦେଶ ଛାଡିବାକୁ ପଡ଼ିବ।
  10. ନ୍ୟାଶନାଲ ହାଉସିଂ ବ୍ୟାଙ୍କ(ଏନ୍‌ଏଚ୍‌ବି)ର କିଛି ନିୟମ ପାଳନ ନ କରିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ହାଉସିଂ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେସନ ଲିମିଟେଡ(ଏଚ୍‌ଡିଏଫ୍‌ସି) ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଲଗାଇଛି।
  11. ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ପତଞ୍ଜଳି ଆୟୁର୍ବେଦର ସହଯୋଗୀ କମ୍ପାନୀ ପତଞ୍ଜଳି ଫୁଡ୍‌ସ ଲିମିଟେଡ୍‌(ପିଏଫ୍‌ଏଲ୍‌)ର ପ୍ରମୋଟରଙ୍କ ଶେୟାରକୁ ଷ୍ଟକ୍‌ ବଜାର ପକ୍ଷରୁ ନିଷ୍କ୍ରିୟ(ଫ୍ରିଜ୍‌)କରି ଦିଆଯାଇଛି।
  12. ପାକିସ୍ତାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜମାନ ସ୍ଥିତ ବାସଭବନରୁ ଏେsକ-୪୭ ସହିତ ବହୁ ଗୁଳ,ି ଜବତ କରାଯାଇଛି। ଏନେଇ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
  13. ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୁବ ଶୀଘ୍ର ଜେଲ ଯିବେ। ଏନେଇ ସେ ନିଜେ ଦାବି କରିଛନ୍ତି। ମାର୍ଚ୍ଚ ୨୧ ମଙ୍ଗଳବାର ତାଙ୍କୁ ଗିରଫ କରାଯିବାର ଆଶଙ୍କା ରହିଛି।
  14. ଜେନେଭାରେ ଅନୁଷ୍ଠିତ ୫୨ ତମ ଜାତିସଂଘ ମାନବ ଅଧିକାର ପରିଷଦ ବୈଠକରେ ଭାରତୀୟ ବିକାଶ ମଡେଲକୁ ପ୍ରଶଂସା କରାଯାଇଛି।
  15. ଲଦାଖର ପଶ୍ଚିମ ହିମାଳୟ ରେଞ୍ଜରେ ଭାରତ ଓ ଚୀନ୍ ମଧ୍ୟରେ ସ୍ଥିତି ଗମ୍ଭୀର ଓ ବିପଜ୍ଜନକ ରହିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି । ଏହି ରେଞ୍ଜର କେତେକ ସ୍ଥାନରେ ସଶସ୍ତ୍ର ବାହିନୀ ପରସ୍ପରର ଅତି ନିକଟରେ ସାମନାସାମନି ମୁତୟନ ଅଛନ୍ତି ।
  16. ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ବିଚାରପତି ନିଯୁକ୍ତି ପାଇଁ କଲେଜିୟମ୍ ବ୍ୟବସ୍ଥାକୁ ସମର୍ଥନ କରି କହିଛନ୍ତି ଯେ ସବୁଠାରୁ ନିଖୁଣ ବୋଲି କୌଣସି ବ୍ୟବସ୍ଥା ନାହିଁ, କିନ୍ତୁ କଲେଜିୟମ ହେଉଛି ଆମ ପାଖରେ ଉପଲବ୍ଧ ସର୍ବୋତ୍ତମ ବ୍ୟବସ୍ଥା ।
  17. ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ର‌ାନ ଖାନଙ୍କ କନଭୟର ଗାଡ଼ି ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଛି। କନଭୟରେ ଯାଉଥିବା ଗାଡ଼ି ପରସ୍ପର ସହିତ ଧକ୍କା ହୋଇ ଓଲଟି ପଡ଼ିଥିବା କୁହାଯାଉଛି।
  18. ତାମିଲନାଡୁରେ ପ୍ରବାସୀ ବିହାରୀ ଶ୍ରମିକଙ୍କ ଉପରେ ଆକ୍ରମଣ ହୋଇଥିବା ଘଟଣାର ଜାଲ୍‌ ଭିଡିଓ ପ୍ରସ୍ତୁତ କରିଥିବା ଲୋକପ୍ରିୟ ବିହାରୀ ‘ୟୁଟ୍ୟୁବର୍‌’ ମନୀଷ କଶ୍ୟପଙ୍କୁ ସକାଳେ ଗିରଫ କରାଯାଇଛି।
  19. ଦିଲ୍ଲୀ କ୍ୟାବିନେଟ୍‌ରୁ ଇସ୍ତଫା ଦେଇଥିବା ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନ୍‌ଙ୍କ ସରକାରୀ ବଙ୍ଗଳା ସମ୍ପ୍ରତି ନବ ନିଯୁକ୍ତ ମନ୍ତ୍ରୀ ଆତିଶୀ ଓ ସୌରଭ ଭରଦ୍ବାଜଙ୍କୁ ମିଳିଥିବା କଥା ପୂର୍ତ୍ତ ବିଭାଗ ଚିଠିରୁ ଜଣାପଡ଼ିଛି।
  20. ନିଉଜ୍ ଏଜେନ୍ସି ଏଏନଆଇକୁ ସାକ୍ଷାତକାର ଦେଇ ହରଭଜନ ସିଂହ କହିଛନ୍ତି ଯେ, ଏସିଆ କପ୍‌ ପାଇଁ ଭାରତ, ପାକିସ୍ତାନକୁ ଯାତ୍ରା କରିବା ଉଚିତ ନୁହେଁ। କାରଣ ପାକିସ୍ତାନରେ ପାକିସ୍ତାନୀ ସୁରକ୍ଷିତ ନୁହନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.