• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଲଣ୍ଡନର ୱାଲର୍‌ଡ ବୁକ ଅଫ ରେକର୍ଡସ ସିକିମକୁ ବିଶ୍ୱର ପ୍ରଥମ ଜୈବିକ ରାଜ୍ୟ ଭାବେ ପ୍ରମାଣପତ୍ର ପ୍ରଦାନ କରିଛି।
  2. କର୍ନାଟକର ଚାମରାଜନଗର ଜିଲାରେ ଭିନ୍ନ ଜାତିରେ ବିବାହ କରିଥିବା ଦମ୍ପତିଙ୍କ ଉପରେ ୬ ଲକ୍ଷ ଟଙ୍କା ଜରିମାନା ଲଗାଯିବା ସହ ସେମାନଙ୍କୁ ଗ୍ରାମରୁ ବାସନ୍ଦ କରାଯାଇଛି।
  3. ବେକାରୀ ଯୁବକଙ୍କୁ ଛତିଶଗଡ଼ ସରକାରଙ୍କ ମିଳିବ ମାସିକ ଭତ୍ତା। ବିଧାନସଭାରେ ବଜେଟ୍ ଉପସ୍ଥାପନ ବେଳେ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ବଜେଟରେ ବେରୋଜଗାରୀ ଯୁବକଙ୍କ ପାଇଁ ମାସିକ ୨୫ଶହ ଟଙ୍କା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
  4. ସାରା ଦେଶକୁ ପିଆଜ ଯୋଗାଉଥିବା ମହାରାଷ୍ଟ୍ର ନାସିକର ପିଆଜ ଚାଷୀ ଏବେ ଭୀଷଣ ସମସ୍ୟା ଦେଇ ଗତି କରୁଛନ୍ତି । ଏପରିକି ପିଆଜକୁ ବଜାରରେ ନେଇ ବିକିବା ଅପେକ୍ଷା ସେମାନେ ପିଆଜ ଫସଲରେ ନିଆଁ ଲଗାଇଦେଉଛନ୍ତି ।
  5. ମିଶନ ଶକ୍ତି ଓଡ଼ିଶାର ୭୦ ଲକ୍ଷରୁ ଅଧିକ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି । ଏଥି ନିମନ୍ତେ ମହିଳାମାନଙ୍କୁ ୬ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀରେ ସଂଗଠିତ କରି ରୋଜଗାରଭିତ୍ତିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ସରକାରୀ ଯୋଜନାରେ ସଂପୃକ୍ତ କରାଇ ସଶକ୍ତ କରାଯାଉଛି ।
  6. ଦେଶରେ ୫୯୪ ଟି ସ୍ଥାନରେ ବଡ଼ ଧରଣର ଜଙ୍ଗଲ ନିଆଁ ଠାବ ହୋଇଥିବା ବେଳେ କେବଳ ଓଡ଼ିଶାରୁ ୧୫୮ ଟି ସ୍ଥାନରେ ଠାବ ହୋଇଛି। ଶନିବାର ସୁଦ୍ଧା ଦେଶରେ ଆନ୍ଧ୍ରପ୍ରଦେଶ ଜଙ୍ଗଲ ନିଆଁରେ ଶୀର୍ଷରେ ରହିଥିଲା। ହେଲେ ୨୪ ଘଣ୍ଟା ମଧ୍ୟରେ ଏହି ସ୍ଥିତି ବଦଳିଯିବା ସହ ଓଡ଼ିଶାରେ ନିଆଁର ପ୍ରକୋପ ବୃଦ୍ଧି ହୋଇଛି।
  7. ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ରହିଛି ଭରପୂର ଖଣିଜ ସମ୍ପଦ। ଏହି ଜିଲ୍ଲାରେ ଖଣି ଖନନ କାର୍ଯ୍ୟ ପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି।
  8. ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ । ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ସିସୋଦିଆ ତିହାର ଜେଲରେ ରହିବେ।
  9. ନୂଆ ଟିକସ ଦର ୧ ଏପ୍ରିଲରୁ ସଡ଼କ ଓ ପରିବହନ ମନ୍ତ୍ରାଳୟଙ୍କ ମଞ୍ଜୁରୀ ପରେ ଲାଗୁ ହୋଇଯିବ। ରିପୋର୍ଟ ଅନୁସାରେ କାର ଓ ହାଲୁକା ଯାନବାହନ ଉପରେ ପ୍ରତି ଟ୍ରିପ୍ ପିଛା ୫ ପ୍ରତିଶତ ଅଧିକ ଟିକସ ଲାଗିବ ଓ ଭାରୀ ଯାନବାହନ ଲାଗି ଟୋଲ୍‌ ଟିକସ ୧୦ ପ୍ରତିଶତ ପର୍ଯ୍ୟନ୍ତ ବଢିଯିବ।
  10. ଆସନ୍ତା ମାର୍ଚ୍ଚ ୧୦ରୁ ୧୭ ଯାଏ ହେବ ମାଟ୍ରିକ ପରୀକ୍ଷା। ଏଥର କପି ରୋକିବାକୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ବ୍ୟବସ୍ଥା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।
  11. ଉତ୍ତର ପ୍ରଦେଶର ପ୍ରୟାଗରାଜ ଅନ୍ତର୍ଗତ କୌଧିୟାରା ଅଞ୍ଚଳରେ ପୁଲିସର ଗୁଳିମାଡରେ ‘ଆତିକ୍‌ ଅହମଦ୍‌ ଗ୍ୟାଙ୍ଗ୍‌’ର ସୁଟର୍‌ ବିଜୟ ଚୌଧୁରୀ ଓରଫ୍‌ ଉସ୍‌ମାନ୍‌ର ମୃତ୍ୟୁ ଘଟିଛି ।
  12. ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରେ ଏବେ ଆଡେନୋଭାଇରସ୍‌’ର ଆତଙ୍କ ବଢିବାରେ ଲାଗିଛି। ଏହି ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ସରକାରୀ ଏବଂ ଘରୋଇ ହସ୍ପିଟାଲଗୁଡିକରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।
  13. ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଭୂଷଣ୍ଡପୁର ଜେଟିରେ ଦୋଳ ଉତ୍ସବ ପାଇଁ ସୋମବାର ବାଣ ଭିଡ଼ାଯାଉଥିବା ସମୟରେ ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ୩ଜଣ ଗୁରୁତର ହୋଇଥିଲେ।
  14. ମିସ୍‌ ଗ୍ଲୋବାଲ ଏସିଆ ପାସିଫିକ୍‌ ୨୦୨୩’ ମୁକୁଟ ପିନ୍ଧିଲେ ରେବତୀ ମହାନ୍ତି। ସେ ହେଉଛନ୍ତି କିଟ୍‌ ବିଶ୍ୱବିଦ୍ୟାଳୟର ଫ୍ୟାଶନ ଡିଜାଇନିଂ ବିଭାଗର ଛାତ୍ରୀ। ମାଲେସିଆର ମେଲ୍‌କାଠାରେ ଫେବୃୟାରୀ ୨୧ରୁ ୨୫ପର୍ଯ୍ୟନ୍ତ ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତା ଚାଲିଥିଲା।
  15. ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଓଡ଼ିଶାରେ ରହିଥିବା ୩୫ ହଜାର ଏକର ଜମିର ହେବ ଡିଜିଟାଇଜେସନ। ଏଥିପାଇଁ ପ୍ରାୟ ୧୧ କୋଟି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହି ବେୟକୁ ଆଇନ ବିଭାଗ ମଞ୍ଜୁରୀ ଦେଇଛି। ଏନେଇ ଆଜି ସୂଚନା ଦେଇଛନ୍ତି ଶ୍ରୀଜଗନ୍ନାଥ ମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା।
  16. ବାପାଙ୍କ ଅନ୍ତିମ ସଂସ୍କାର ପାଇଁ ସୁଶୀଲ କୁମାରଙ୍କୁ ରୋହିଣୀ କୋର୍ଟ ୪ ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ମାନବିକତା ଦୃଷ୍ଟିରୁ ଚୂଡ଼ାନ୍ତ ଜାମିନ ଦେବାକୁ କୋର୍ଟ ନିଷ୍ପତ୍ତି ନେଇଛନ୍ତି।
  17. ତ୍ରିପୁରା ବିଜେପି ବିଧାୟକ ଦଳ ବୈଠକରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହୋଇଛନ୍ତି ମାଣିକ ଶାହା। ଫଳରେ ମାଣିକ ଶାହା ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଥର ପାଇଁ ଦାୟିତ୍ୱ ସମ୍ଭାଳିବେ।
  18. ସିବିଆଇ’ ଅଧିକାରୀମାନେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍‌ଡ଼ୀ ଦେବୀଙ୍କ ପାଟନାସ୍ଥିତ ବାସଭବନରେ ଚଢ଼ଉ କରିଥିଲେ। ଏଥିସହିତ ତାଙ୍କୁ ‘ଜମି ବଦଳରେ ଚାକିରି’ ଦୁର୍ନୀତି ସଂକ୍ରାନ୍ତରେ ୪ ଘଣ୍ଟା ଧରି ଜେରା ବି କରିଥିଲେ।
  19. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳରେ ଲୋକମାନଙ୍କ ମୁଣ୍ଡପିଛା ଆୟରେ ଦୁଇଗୁଣା ବୃଦ୍ଧିଘଟିଛି। ୨୦୧୪-୧୫ରୁ ୨୦୨୨-୨୩ ମଧ୍ୟରେ ମୁଣ୍ଡପିଛା ଆୟ ୮୬,୬୪୭ ଟଙ୍କାରୁ ବୃଦ୍ଧି ପାଇ ୧,୭୨,୦୦୦ ଟଙ୍କା ହୋଇଛି। ନଅ ବର୍ଷ ମଧ୍ୟରେ ସେଥିରେ ୯୯ ପ୍ରତିଶତ ପାଖାପାଖି ବୃଦ୍ଧି ଘଟିଛି।
  20. ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନାର ବାଫିଲମାଳି ବକ୍ସାଇଟ ଖଣିକୁ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ପକ୍ଷରୁ ସମ୍ମାନଜନକ ୫ଷ୍ଟାର ମାନ୍ୟତା ୨୦୨୩ ମାର୍ଚ୍ଚ ୧ରେ ଖଣିଜ ଦିବସ ଅବସରରେ ପ୍ରଦାନ କରାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.