• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1.  1.ଚାଇନା ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗ୍‌ ରବିବାର ତାଇଓ୍ବାନ୍‌କୁ ‘ଶାନ୍ତିପୂର୍ଣ୍ଣ ପୁନଃ ଏକତ୍ରୀକରଣ’ ପ୍ରସ୍ତାବ ଦେଇଛନ୍ତି। ଏଥିସହ ତାଇଓ୍ବାନ୍‌ର ସ୍ବାଧୀନତାକୁ ବିରୋଧ କରିବା ପାଇଁ ଦୃଢ଼ ପଦକ୍ଷେପ ନେବା ଉପରେ ମତ ରଖିଛନ୍ତି।
  2. 2.ସାରା ରାଜ୍ୟ ଓଡିଶାର ଏହି ମହାନ ସନ୍ତାନଙ୍କ ଜୟନ୍ତୀକୁ ଶ୍ରଦ୍ଧାର ସହ ପାଳନ କରୁଛି ୲ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ, କଳାହାଣ୍ଡି ଓ ନୂଆପଡା ଜିଲ୍ଲା ଗସ୍ତରେ ଯାଇ ଆମପାଣିଠାରେ ବିଜୁ ଏକ୍ସପ୍ରେସ ଓ୍ଵେ କୁ ଏବଂ ସୋହେଲାରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଅର୍ଥନୈତିକ କରିଡର ଲୋକାର୍ପଣ କରିଛନ୍ତି
  3. 3.ପ୍ରତିଷ୍ଠା ହୋଇଛି ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ। ଏ ନେଇ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାର ହେଡକ୍ୱାର୍ଟର ଭୁବନେଶ୍ୱରରେ ରହିବ ।
  4. 4.ଚିପ୍‌‌ ସଂକଟ ସମୟରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଚିପ୍‌‌ ଉତ୍ପାଦନ କରିବାକୁ ଯାଉଛି। ଓଡ଼ିଶା ସରକାର ନା କେବଳ ଚିପ୍‌‌ ପ୍ରସ୍ତୁତ କରିବେ ବରଂ ଏଥିପାଇଁ ଓଡ଼ିଆ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦେଇ ସେମାନଙ୍କ ଦକ୍ଷତା ବିକାଶ କରିବେ।ରାଜ୍ୟ ସରକାର ଚଳିତ ବର୍ଷରୁ ଓଡ଼ିଶା ଚିପ୍‌‌ (ଓ-ଚିପ୍‌‌) କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏଥିପାଇଁ ଚଳିତ ବଜେଟରେ ୩୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
  5. 5.ମେଘାଳୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନ୍‌ପିପି) ନେତା କନ୍‌ରାଡ ସାଙ୍ଗମା ମଙ୍ଗଳବାର ଶପଥ ଗ୍ରହଣ କରିବେ।
  6. 6.ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ଏକ ବିମାନ ଶୌଚାଳୟରୁ ରବିବାର କଷ୍ଟମ ଅଧିକାରୀମାନେ ପ୍ରାୟ ୨ କୋଟି ଟଙ୍କାର ସୁନା ବିସ୍କୁଟ ଜବତ କରିଛନ୍ତି।
  7. 7.ଦେଶର ୯ ବିରୋଧୀଦଳ ନେତା ଇଡି ଏବଂ ସିବିଆଇର ଅପବ୍ୟବହାର ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। 
  8. 8.ଦିଲ୍ଲୀର ଏକ ସରକାରୀ ସ୍କୁଲ ଗେଟରେ ‘ଆଇ ଲଭ ମନିଷ ସିସୋଡିଆ’ ଲେଖାଥିବା ବ୍ୟାନର ଲାଗିବା ଘଟଣାରେ ଦିଲ୍ଲୀ ପୋଲିସ ମାମଲା ଦାୟର କରିଛି ।
  9. 9.ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଇଭା କହିଛନ୍ତି, ଏକ ଦେଶ ଭାବରେ କାର୍ଯ୍ୟ କରିବାକୁ ସମର୍ଥ ହେବା ପାଇଁ ଆଇଏମ୍‌ଏଫ୍‌ ପକ୍ଷରୁ ପାକିସ୍ତାନକୁ କୁହାଯାଇଛି। 
  10. 10.ଫିଲିପାଇନ୍ସରେ କେତେକ ଲୋକ ଆଖିବୁଜା ଗୁଳି ଚଳାଇଛନ୍ତି। ଯେଉଁଥିରେ କେନ୍ଦ୍ରୀୟ ଫିଲିପାଇନ୍ସର ପ୍ରାଦେଶିକ ରାଜ୍ୟପାଳ ରୋଏଲ ଡାଗାମୋ ଏବଂ ନୀରିହ ଗ୍ରାମବାସୀଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ଘଟିଛି।
  11. 11.ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି କେଜ୍ରିୱାଲ କହିଛନ୍ତି, ଯଦି ଆପଣ ବିଜେପିକୁ ଭୋଟ ନ ଦିଅନ୍ତି ଏବଂ ଅନ୍ୟ କୌଣସି ଦଳକୁ ଭୋଟ ଦିଅନ୍ତି ତେବେ ସରକାରଙ୍କୁ କୌଣସି ପରିସ୍ଥିତିରେ କାମ କରିବାକୁ ଦିଆଯିବ ନାହିଁ। ଏମିତି କିଛି ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଯଦି ବିଜେପି ବ୍ୟତୀତ ଏକ ସରକାର ଗଠନ ହୁଏ, ତା’ପରେ ଇଡି ଏବଂ ସିବିଆଇ ଏହାର ସମସ୍ତ ନେତାଙ୍କୁ ଗିରଫ କରିବେ। 
  12. 12.ହୋଲି ଖେଳକୁ ନେଇ ଲାଗୁ ହେଲା କଟକଣା। ପ୍ରଶାସନ ଜାରି କଲେ ୧୪୪ ଧାରା। ରାଜସ୍ଥାନର ବାଡମୋରାରେ ହୋଲିକୁ ନେଇ ନିଆଯାଇଥିବା ଏଭଳି ଏକ ନିଷ୍ପତ୍ତିକୁ ନେଇ ବିବାଦ ଘନେଇବାରେ ଲାଗିଛି। ଜିଲ୍ଲା ପ୍ରଶାସନ ଏଠାରେ ୧୪୪ ଧାରା ଲାଗୁ କରାଯାଇଛି।
  13. 13.ମହାରାଷ୍ଟ୍ର ସରକାର କାଶ ସିରପ ଉତ୍ପାଦନ କରୁଥିବା ୧୦୮ ଉତ୍ପାଦକଙ୍କ ମଧ୍ୟରୁ ୮୪ ଜଣଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛନ୍ତି।ଏଥି ମଧ୍ୟରୁ ଚାରିଟି ଉତ୍ପାଦନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ୬ଟି କମ୍ପାନୀର ଲାଇସେନ୍ସ ସ୍ଥଗିତ ରଖାଯାଇଥିଲା। ମନ୍ତ୍ରୀ ରାଠୋର ଭାରତୀୟ ଜନତା ପାର୍ଟି (ବିଜେପି) ବିଧାୟକ ଆଶିଷ ଶେଲାର ଏବଂ ଅନ୍ୟମାନଙ୍କ ନୋଟିସକୁ ଜବାବ ଦେଇ ଏହି ଉତ୍ତର ପ୍ରକାଶ କରିଛନ୍ତି।
  14. 14.ହିଜାବ ପିନ୍ଧିଥିବା ମୁସଲମାନ ଛାତ୍ରୀମାନେ ପରୀକ୍ଷା ଦେଇପାରିବେ ନାହିଁ । ସମସ୍ତ ଛାତ୍ରୀଙ୍କୁ ନିୟମ ପାଳନ କରିବାକୁ ପଡ଼ିବ । ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାର ନିର୍ଦ୍ଧାରିତ ନିୟମ ଅନୁସାରେ କାର୍ଯ୍ୟ କରୁଛନ୍ତି । ହିଜାବ ପିନ୍ଧିଥିବା ଛାତ୍ରୀଙ୍କୁ ସରକାରୀ ଶିକ୍ଷାନୁଷ୍ଠାନର ପରୀକ୍ଷା ପାଇଁ ଅନୁମତି ମିଳିବ ନାହିଁ ବୋଲି କର୍ଣ୍ଣାଟକ ଶିକ୍ଷାମନ୍ତ୍ରୀ ବି.ସି. ନାଗେଶ କହିଛନ୍ତି ।
  15. 15.ନୂଆ ଶିକ୍ଷା ନୀତି ୨୦୨୦ ଆଧାରରେ ଛାତ୍ରଛାତ୍ରୀମାନେ ୪ ବର୍ଷର ବି.ଏଡ ପାଠ୍ୟକ୍ରମରେ ଆଡମିଶନ କରିପାରିବେ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ଶିକ୍ଷକ ଶିକ୍ଷା ପାଇଁ ଜାତୀୟ ପରିଷଦ (ଏନସିଇଟି) ପରୀକ୍ଷା ମାଧ୍ୟମରେ ଏହି ନାମଲେଖା ଆରମ୍ଭ ହେବ । ପାଇଲଟ୍ ପ୍ରୋଜେକ୍ଟ ଭାବେ ଦେଶର ୫୭ଟି ବିଶ୍ୱବିଦ୍ୟାଳୟରେ ଏହି ବି.ଏଡ୍ ଡିଗ୍ରୀ ପ୍ରୋଗ୍ରାମ ଆରମ୍ଭ କରାଯିବ । ଏନସିଇଟି ପକ୍ଷରୁ ୪ ବର୍ଷିଆ ବି.ଏଡ କୋର୍ସ ବାବଦରେ ସୂଚନା ଦିଆଯାଇଛି ।
  16. 16.କଳାହାଣ୍ଡି ଜିଲ୍ଲାକୁ ୨ ହଜାର କୋଟି, ନୂଆପଡ଼ାକୁ ୭୫୦ କୋଟି ଟଙ୍କା ଓ ବରଗଡ଼ ଜିଲ୍ଲାକୁ ୩୩୧ କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ
  17. 17.ଭୁବନେଶ୍ବର ବିମାନବନ୍ଦର ପରିସରରେ ‘ଡାକୋଟା’ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  18. 18.ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଶିମିଳିପାଳ ଏବେ ସଙ୍କଟଜନକ ସ୍ଥିତି ଦେଇ ଗତି କରୁଛି। ବନ ବିଭାଗର ଖବର ଅନୁଯାୟୀ ଶନିବାର ଶିମିଳିପାଳର ୬୪ ସ୍ଥାନରେ ନିଆଁ ଲାଗିଛି। ଶିମିଳିପାଳ ଅଭୟାରଣ୍ୟ ସମେତ ଏହାର ପାଖକୁ ଲାଗିଥିବା ବନଖଣ୍ଡରେ ଆଜି ମଧ୍ୟ ନିଆଁ ଲାଗିଛି।
  19. 19.ଭାରତୀୟ ସେନାକୁ ଖୁବ୍‌ଶୀଘ୍ର ଜେଟ୍‌ପ୍ୟାକ୍‌ ସୁଟ୍‌ ମିଳିବ ବୋଲି ଆଶା କରାଯାଉଛି। ଏହି ସୁଟ୍‌ରେ ଏକ ଛୋଟ ତଥା ଶକ୍ତିଶାଳୀ ଇଞ୍ଜିନ ରହିଛି। ଫଳରେ ଏହାକୁ ବ୍ୟବହାର କରି ଜଣେ ବ୍ୟକ୍ତି ବେଶ୍‌ କିଛିସମୟ ଧରି ଆକାଶରେ ଉଡି ପାରିବ।
  20. 20.ଟେଷ୍ଟ କ୍ରିକେଟ୍ ମ୍ୟାଚ୍ ଦେଖିବେ ମୋଦି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବେନିଜ୍‌ଙ୍କ ସହିତ ମିଶି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ବର୍ଡର୍‌-ଗାଭାସ୍କର୍ ଟ୍ରଫି’ର ୪ର୍ଥ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ ଦେଖିବେ

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.