• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1 ୟୁକ୍ରେନକୁ ଆଉ ୪୦୦ ନିୟୁତ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ଆମେରିକା ନିଷ୍ପତ୍ତି ନେଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜର୍ମାନୀ ଚାନ୍ସେଲର ଓଲାଫ୍ ସ୍କୋଲଜଙ୍କ ସହିତ ଆଲୋଚନା କାଳରେ ଏହି ସାମରିକ ସହାୟତା ବାବଦରେ ଘୋଷଣା କରିଛନ୍ତି।
  2. 2. ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷକୁ ଲାଗିଛି ଶକ୍ତ ଝଟକା। ଡ୍ରୋନ ହମଲାରେ ଧ୍ୱଂସ ହୋଇଯାଇଛି ରୁଷର ସବୁଠାରୁ ଦାମୀ ଗୁଇନ୍ଦା ବିମାନ। ଏହି ବିମାନଟିକୁ ରୁଷ ୨୭୪ ମିଲିୟ ପାଉଣ୍ଡ ବା ୨୭୩୭ କୋଟି ଟଙ୍କା ଦେଇ କିଣିଥିଲା। ତେବେ ବେଲାରୁଷରେ ଥିବା ରୁଷର ଏୟାରବେସ୍‌ରେ ଆଜି ଦୁଇଟି ଡ୍ରୋନରୁ ହୋଇଥିବା ହମଲାରେ ବିମାନଟି ଧ୍ୱଂସ ହୋଇଯାଇଥିବା ଜଣାପଡ଼ିଛି
  3. 3. ଭାରତରେ ପ୍ରଯୁକ୍ତି ବିଦ୍ୟା​‌ କ୍ଷେତ୍ରରେ ହେଉଥିବା ନବାଚାର ଓ ସରକାରଙ୍କ କଲ୍ୟାଣକାରୀ ଯୋଜନା ଗୁଡିକ ସାରା ବିଶ୍ୱ ପାଇଁ ପ୍ରେରଣାଦାୟୀ ବୋଲି ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ତଥା ଗେଟସ୍ ଫାଉଣ୍ଡେସନର ମୁଖ୍ୟ ବିଲ ଗେଟ୍ସ କହିଛନ୍ତି ।
  4. 4.ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ବନ୍ଦ ହେବାର ନାଁ ନେଉନି। ଶନିବାର ବ୍ରିସବେନର ଶ୍ରୀ ଲକ୍ଷ୍ମୀନାରାୟଣ ମନ୍ଦିରରେ ଖଲିସ୍ତାନ ସମର୍ଥକଙ୍କ ଦ୍ୱାରା ଭଙ୍ଗାରୁଜା କରାଯାଇଛି।
  5. 5.ରୁଷିଆରେ କୋଭିଡ-୧୯ ଟିକା ‘ସ୍ପୁଟନିକ ଭି’ ବିକଶିତ ପ୍ରକ୍ରିୟାରେ କାର୍ଯ୍ୟ କରିଥିବା ବୈଜ୍ଞାନିକମାନଙ୍କ ମଧ୍ୟରୁ ଆଣ୍ଡ୍ରେ ବୋଟିକୋଭଙ୍କୁ ତାଙ୍କ ବାସଭବନରେ ଏକ ବେଲ୍ଟକୁ ବେକରେ ବାନ୍ଧି ହତ୍ୟା କରାଯାଇଛି।
  6. 6.ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସାକ୍ସେନା ଦିଲ୍ଲୀର ସରକାରୀ ସ୍କୁଲ ଶିକ୍ଷକମାନଙ୍କୁ ଫିନଲାଣ୍ଡରେ ତାଲିମ ପାଇଁ ପଠାଇବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହା ସହିତ ପ୍ରାଥମିକ ଇନ-ଚାର୍ଜଙ୍କ ସଂଖ୍ୟାକୁ ୫୨ ର ୮୭ କୁ ବୃଦ୍ଧି କରିଛନ୍ତି।
  7. 7.ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଶନିବାର ବିହାରବାସୀଙ୍କ ଉପରେ ହୋଇଥିବା ଆକ୍ରମଣ ନେଇ କହିଛନ୍ତି ଯେ ପ୍ରବାସୀ ଶ୍ରମିକମାନେ ଭୟଭୀତ ହେବାର ଆବଶ୍ୟକତା ନାହିଁ।
  8. 8.ଦେଶରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ସରକାର ଅଧୀନରେ ଅନ୍ୟାୟର ଶିକାର ହେଉଥିବା ଲୋକଙ୍କୁ ନ୍ୟାୟ ଦେବେ କପିଲ ଶିବଲ। ଏଥିପାଇଁ ସେ ଇନସାଫ ନାଁରେ ନୂଆ ପ୍ଲାଟଫର୍ମ ଲଞ୍ଚ କରିଛନ୍ତି। ଅଣ ବିଜେପି ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳର ନେତା ଓ ସାଧାରଣ ଲୋକଙ୍କୁ ସେ ଏହି ନୂଆ ଲଢ଼େଇରେ ସାମିଲ ହେବାକୁ ଆହ୍ୱାନ ଦେଇଛ
  9. 9.ଦେଶରେ ଅଧିକ ସୁବିଧା ବ୍ୟବସ୍ଥା ହୋଇପାରିଲେ ପର୍ଯ୍ୟଟକମାନଙ୍କର ସଂଖ୍ୟା ବୃଦ୍ଧି ପାଇବ । ପରିବହନ ସୁବିଧା ଥିଲେ ଅଧିକ ସଂଖ୍ୟାରେ ପର୍ଯ୍ୟଟକମାନେ ଆସିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । କାଶୀ ବିଶ୍ୱନାଥ ଧାମ, କେଦାରନାଥ ଧାମ ଓ ଅନ୍ୟାନ୍ୟ ଧାର୍ମିକ ସ୍ଥଳୀଗୁଡ଼ିକ ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ । 
  10. 10.ନାନୋ ୟୁରିଆ ପରେ ଭାରତ ସରକାର ବର୍ତ୍ତମାନ ନାନୋ ଡିଏପିକୁ ମଧ୍ୟ ସବୁଜ ସଙ୍କେତ ଦେଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଶନିବାର ଟୁଇଟ କରି ଏହି ସୂଚନା ଦେଇଛନ୍ତି।
  11. 11.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ମାମଲାରେ କଂଗ୍ରେସ ନେତା ପଓ୍ବନ ଖେରାଙ୍କ ଜାମିନ ମିଆଦକୁ ସୁପ୍ରିମକୋର୍ଟ ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। 
  12. 12.ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିଥିବା ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ନୂଆଦିଲ୍ଲୀରେ ଏକ ଅଟୋରିକ୍ସାରେ ବୁଲୁଥିବା ଦେଖାଯାଇଛି। ଶୁକ୍ରବାର ସେ କ୍ୱାଡ୍‌ ବହିର୍ବ୍ୟାପାର ମନ୍ତ୍ରୀମାନଙ୍କ ବୈଠକରେ ସାମିଲ ହୋଇଥିଲେ।
  13. 13.୨୦୨୪ଶେଷ ସୁଦ୍ଧା ସାରା ଦେଶରେ ବିଶ୍ବସ୍ତରୀୟ ରାଜପଥ ନିର୍ମାଣ ହେବ। ସେହିପରି ଓଡ଼ିଶାରେ ମଧ୍ୟ ଆମେରିକା ଭଳି ସଡ଼କ ନିର୍ମାଣ ହେବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ।
  14. 14.ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ ବୈଠକରେ ୨୫ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି।
  15. 15.ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁଇ ବରିଷ୍ଠ ଅଧିକାରୀ ଗିରଫ ହୋଇଛନ୍ତି। ସେମାନେ ହେଲେ ଖଣି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା ଓ ଭବାନୀପାଟଣାରେ ଅବସ୍ଥାପିତ କେବିକେ କ୍ଷୁଦ୍ର ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ ପ୍ରଧାନ।
  16. 16.ମାର୍ଚ୍ଚ ୫ରୁ ଗଞ୍ଜାମର ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ଓ ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡାକୁ ସ୍ବତନ୍ତ୍ର ଚାର୍ଟର ବିମାନସେବା ଆରମ୍ଭ ହେବ।
  17. 17.ଳିତ ଶିକ୍ଷାବର୍ଷ ୨୦୨୩-୨୪ରେ ନ୍ୟାସନାଲ କ୍ୟାଡେଟ କ୍ରପସ (ଏନସିସି) ପାଠ୍ୟକ୍ରମକୁ ଶିକ୍ଷାନୁଷ୍ଠାନରେ ସାମିଲ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଏ ବାବଦରେ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ବିଭାଗ ଚିଠି ଲେଖିଥିଲା ।
  18. 18.ଗ୍ରାମାଂଚଳ ଓ ସହର ମଧ୍ୟରେ ପାର୍ଥକ୍ୟକୁ ହ୍ରାସ ପାଇଁ ରାଜ୍ୟର ସବୁ ପଂଚାୟତରେ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ଉପଲବ୍ଧ କରାଯିବ । ଏହାସହିତ ଓଡ଼ିଶା ୱାନ୍ ପୋର୍ଟାଲରେ ୫୫୦ ପରିବର୍ତ୍ତେ ୬୫୦ଟି ସରକାରୀ ସେବା ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି
  19. 19.ଚଳିତ ଓସ୍କାର ଆୱାର୍ଡ ସମାରୋହରେ ଉପସ୍ଥାପିକା ସାଜିବେ ଦୀପିକା। ୯୫ତମ ଓସ୍କାର ପୁରସ୍କାର ପାଇଁ ପ୍ରେଜେଣ୍ଟର ଲିଷ୍ଟରେ ତାଙ୍କ ନାଁ ସାମିଲ ଅଛି। ଏନେଇ ଦୀପିକା ନିଜେ ସୋଶାଲ ମିଡିଆରେ ଫଟୋ ଶେଆର କରି ସୂଚନା ଦେଇଛନ୍ତି।  
  20. 20. ବହୁ ପ୍ରତିକ୍ଷିତ ମହିଳା ପ୍ରିମିୟର ଲିଗ୍ ୨୦୨୩ ଆରମ୍ଭ ହୋଇଯାଇଛି । ଉଦଘାଟନୀ ମ୍ୟାଚ୍‌ରେ ମୁମ୍ବାଇ ଗୁଜରାଟ ମଧ୍ୟରେ ଲଢେଇ ହେଉଛି । ମୁମ୍ବାଇର ଡି.ୱାୟୀ. ପାଟିଲ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟସ୍ ଜିତି ଗୁଜରାଟ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.