• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1. ଆମେରିକାଠାରୁ ବିଶ୍ଵର ସବୁଠାରୁ ଶକ୍ତିଶାଳୀ ଲଢୁଆ ଡ୍ରୋନ ଏମକ୍ୟୁ-୯ବି ଡ୍ରୋନ କିଣିବାକୁ ଭାରତ ସରକାର ଆସନ୍ତା କିଛି ସପ୍ତାହ ମଧ୍ୟରେ ମଂଜୁରୀ ଦେଇପାରନ୍ତି  ବୋଲି ଆମେରିକୀୟ ସମ୍ବାଦପତ୍ର ଦି ଓ୍ବାଲ ଷ୍ଟ୍ରିଟ୍ ଜର୍ନାଲ ରିପୋର୍ଟ ପ୍ରକାଶ କରିଛି ।
  2. 2. ଉତ୍ତରପ୍ରଦେଶ ବିଧାନସଭାରେ ପ୍ରାୟ ଦୁଇ ଦଶନ୍ଧି ପୁରୁଣା ମାମଲାର ହେଲା ଶୁଣାଣି ହେଲା । ବିଧାୟକଙ୍କ ସ୍ଵାଧିକାର ଭଙ୍ଗ ଅଭିଯୋଗକୁ ଭିତ୍ତିକରି ୬ଜଣ ପୁଲିସ କର୍ମଚାରୀଙ୍କୁ ଦିଆଗଲା ଦଣ୍ଡାଦେଶ। ସେମାନେ ଦିନେ ପାଇଁ ଜେଲ୍ ସଜା ପାଇବେ ।
  3. 3. ବିବାଦୀୟ ଧର୍ମଗୁରୁ ନିତ୍ୟାନନ୍ଦଙ୍କ ତଥାକଥିତ ଦେଶ ‘ୟୁନାଇଟେଡ୍‌ ଷ୍ଟେଟ୍‌ସ ଅଫ୍‌ କୈଳାସ’ (ୟୁଏସ୍‌କେ)ର ପ୍ରତିନିଧିମାନେ ଗତ ମାସରେ ମିଳିତ ଜାତିସଂଘ ବୈଠକରେ ଯୋଗ ଦେବା ପରେ ୟୁଏସ୍‌କେକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
  4. 4. ୯ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ କରି ଦେଶ ଛାଡ଼ି ପଳାୟନ ହୋଇଯାଇଥିବା ବିଜୟ ମାଲ୍ୟାଙ୍କୁ ସୁପ୍ରିମ କୋର୍ଟ ଏକ ବଡ଼ ଝଟକା ଦେଇଛନ୍ତି। ମୁମ୍ବାଇର ଅଦାଲତ ବିଜୟ ମାଲ୍ୟାଙ୍କ ସମ୍ପତ୍ତିକୁ ଜବତ କରିବାକୁ ନିଷ୍ପତ୍ତି ଶୁଣାଇଥିଲେ।
  5. 5.ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ସତ୍ୟବ୍ରତ ମୁଖାର୍ଜୀଙ୍କର ୯୧ ବର୍ଷ ବୟସରେ କଲିକତାର ବାଲିଗଞ୍ଜଠାରେ ପରଲୋକ ହୋଇଛି। ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ବ  ସମୟରେ ସତ୍ୟବ୍ରତ ମୁଖାର୍ଜୀ କେନ୍ଦ୍ରମନ୍ତ୍ରୀ ଥିଲେ
  6. 6.ସମୁଦ୍ର ଢେଉରେ ଭାସି ଆସି ଫରାସୀ ଉପକୂଳରେ ଲାଗିଥିବା ଜଳନିରୋଧକ ବ୍ୟାଗ୍‌ ବା ପ୍ୟାକେଟ୍‌ଗୁଡ଼ିକରୁ ୨.୩ ଟନ୍‌ କୋକେନ୍‌ ବାହାରିଥିବା କଥା ଗୁରୁବାର ଦିନ ଏ ସଂକ୍ରାନ୍ତରେ ଅବଗତ ଥିବା ତଥ୍ୟାଭିଜ୍ଞମାନେ କହିଛନ୍ତି।
  7. 7‌.‘ଲୋକାୟୁକ୍ତ’ର ଦୁର୍ନୀତି ନିରୋଧୀ ଶାଖା ବାସଭବନରୁ ନଗଦ ୬ କୋଟି ଟଙ୍କା ଜବତ କରିବା ପରେ ଆଜି କର୍ଣ୍ଣାଟକ ‘ବିଜେପି’ ବିଧାୟକ ମଣ୍ଡଳ ବିରୁପାକ୍ଷପ୍ପା ‘ମୈସୋର୍‌ ସାଣ୍ଡାଲ୍‌ ସାବୁନ୍‌’ର ନିର୍ମାତା ‘କର୍ଣ୍ଣାଟକ ସୋପ୍‌ସ୍‌ ଆଣ୍ଡ୍‌ ଡିଟର୍‌ଜେଣ୍ଟ୍‌ସ୍‌ ଲିମିଟେଡ୍‌’ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି।
  8. 8.ପୂର୍ବତନ ଏମ୍‌ପି ମୀନା ସିଂ ଶୁକ୍ରବାର ଜେଡିୟୁରୁ ତାଙ୍କ ଇସ୍ତଫାପତ୍ର ଦଳର ରାଜ୍ୟ ସଭାପତି ଉମେଶ କୁଶଓ୍ବାହାଙ୍କ ନିକଟକୁ ପଠାଇଦେଇଛନ୍ତି।
  9. 9.ଦେଶର ପ୍ରମୁଖ ଜୀବନ ବୀମା କମ୍ପାନୀ ଏଚ୍‌ଡିଏଫ୍‌ସି ଲାଇଫ୍‌ର ନୂତନ ଉତ୍ପାଦ ‘ଗ୍ୟାରେଣ୍ଟେଡ୍‌ ଇନ୍‌କମ୍‌ ବୀମା ଯୋଜନା’ର ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି।
  10. 10.ଉଜବେକିସ୍ତାନରେ କଫ ସିରପ୍ ଜନିତ ମୃତ୍ୟୁ ଘଟଣାରେ ପୁଲିସ ନୋଏଡା ସ୍ଥିତ ଏକ ଔଷଧ କମ୍ପାନୀର ତିନି ଜଣ ଅଧିକାରୀଙ୍କୁ ଗିରଫ କରିଛି। ଡିସେମ୍ବରରେ ଭାରତୀୟ କଫ ସିରପ୍ ପିଇ ୧୮ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା ବୋଲି ଉଜବେକିସ୍ତାନ ଦାବି କରିଥିଲା ।
  11. 11.କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଶୁକ୍ରବାର ଦିନ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (CTET)ର ଫଳାଫଳ ଘୋଷଣା କରିଛି। ଚଳିତ ଥର ଏଥିରେ ୯.୫ ଲକ୍ଷରୁ ଅଧିକ ପ୍ରାର୍ଥୀ ଯୋଗ୍ୟତା ଅର୍ଜନ କରିଛନ୍ତି।
  12. 12.ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ (୭୦) ନିଜର ଗୋପନୀୟ ବାନ୍ଧବୀ ଏଲିନା କବେଭା (୩୯) ଙ୍କ ସହ ଜଙ୍ଗଲରେ ନିର୍ମାଣ ହୋଇଥିବା ଏକ ବିଳାସପୂର୍ଣ୍ଣ କୋଠାରେ ରହୁଛନ୍ତି। ଏହି କୋଠା ସୁନାରେ ତିଆରେ କରାଯାଇଛି। ମସ୍କୋଠାରୁ ୨୫୦ ମାଇଲ ଦୂର ଭଲଦଇ ହ୍ରଦର ଜଙ୍ଗଲରେ ଏହି କୋଠା ରହିଛି।
  13. 13.ସିଏସଆର ପାଣ୍ଠିକୁ ବିଜେଡି ସରକାର ନିଜର ପକେଟ୍ ଖର୍ଚ୍ଚ ଭଳି ଉପଯୋଗ କରିଛନ୍ତି । କ୍ରୀଡ଼ାର ବିକାଶ ନାଁରେ ଓଏମସି ୫ବର୍ଷ ମଧ୍ୟରେ ମୋଟ ୭୬.୮୪କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ଓଏମସିର ମୋଟ ସିଏସଆର ପାଣ୍ଠି ଖର୍ଚ୍ଚ ୧୩୨.୭୪କୋଟି ଟଙ୍କା ଥିବା ଜଣାପଡ଼ିଛି
  14. 14.ସାଧାରଣ ଥଣ୍ଡା, ଜ୍ୱରରେ ଏବଂ କାଶରେ ଆକ୍ରାନ୍ତ ହୋଇଥିବାରୁ ଆଣ୍ଟିବାୟୋଟିକ୍ ବ୍ୟବହାର ନକରିବାକୁ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ପରାମର୍ଶ ଦେଇଛି। ଆଜି ଟୁଇଟରରେ ପୋଷ୍ଟ କରାଯାଇଥିବା ଏକ ବିଜ୍ଞପ୍ତିରେ ଆଇଏମଏ ଲୋକମାନଙ୍କୁ ଏବଂ ଡାକ୍ତରୀ ଚିକିତ୍ସକମାନଙ୍କୁ ଋତୁକାଳୀନ ଜ୍ୱର, ଥଣ୍ଡା ଏବଂ କାଶରେ ବଢୁଥିବା ରୋଗୀଙ୍କୁ ଆଣ୍ଟିବାୟୋଟିକ୍‌ର ପ୍ରେସକ୍ରିପସନ୍‌ରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି।
  15. 15.ଚାରି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟିମ ଇଣ୍ଡିଆକୁ ୯ ଉଇକେଟ୍‌ରେ ପରାସ୍ତ କରିଛି। ଏହି ବିଜୟ ସହିତ ଅଷ୍ଟ୍ରେଲିଆ ସିରିଜରେ ପ୍ରତ୍ୟାବର୍ତ୍ତନ କରିଛି।
  16. 16.ଜିଓର ପୋର୍ଟଫୋଲିଓରେ ଆପଣଙ୍କୁ ଅନେକ ପ୍ଲାନ ମିଳୁଛି । କମ୍ପାନୀ ଏଥିରେ ଅନେକ ଖାସ୍ ପ୍ଲାନ ମଧ୍ୟ ଅଫର କରିଥାଏ । ତେବେ ରିଚାର୍ଜ ଫ୍ୟାମିଲି ପ୍ୟାକ୍ ମଧ୍ୟ ରହିଛି । ଯେଉଁଥିରେ ଏକ ରୁ ଅଧିକ କଂଜ୍ୟୁମର୍ସଙ୍କ କନେକସନ ଲାଇଭ୍ ରହି ପାରିବ ।
  17. 17.ଭାରତୀୟ ପୁରୁଷ ହକି ଦଳର ନୂଆ କୋଚ ଦକ୍ଷିଣ ଆଫ୍ରିକାର କ୍ରେଗ ଫୁଲଟନ ନିଯୁକ୍ତ ହୋଇଛନ୍ତି । ଫୁଲଟନ, ପୂର୍ବରୁ ଥିବା ଗ୍ରାହାମ ରିଡଙ୍କ ସ୍ଥାନ ନେଇଛନ୍ତି ।
  18. 18.ମୋବାଇଲ ବ୍ୟବହାରକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଚେତାବନୀ ଜାରି କରିଛନ୍ତି । ଏକ ରିସର୍ଚ୍ଚ ମୁତାବକ, ୬୮ ପ୍ରତିଶତ ବୟସ୍କ ବ୍ୟକ୍ତି ଓ ୯୦ ପ୍ରିଶତ କିଶୋର ବୟସର ପିଲାମାନେ ମୋବାଇଲକୁ ପାଖରେ ରଖି ଶୋଉଛନ୍ତି । ଏହାଦ୍ୱାରା ମୋବାଇଲରୁ ନିର୍ଗତ ହେଉଥିବା ରେଡିଓ ଫ୍ରିକ୍ୱେନ୍ସି ଇଲେକ୍ଟ୍ରୋ- ମ୍ୟାଗ୍ନେଟିକ ବିକିରଣ ଆମର ହାର୍ଟ ଓ ବ୍ରେନ ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ଶୋଇବା ସମୟରେ ଅତିକମରେ ୩ ଫୁଟ ଦୂରରେ ମୋବାଇଲକୁ ରଖି ଶୋଇବା ଉଚିତ ।
  19. 19.ଫୁଟ୍‌ବଲର ଷ୍ଟାର୍ ପ୍ଲେଅର୍ ଲିଓନେଲ ମେସିଙ୍କୁ ଧମକ। ବାଇକ୍‌ରେ ଆସି ଆଖିବୁଜା ଗୁଳିମାଡ ପରେ ତାଙ୍କୁ ଧମକ ଦେଇଛନ୍ତି ବନ୍ଧୁକଧାରୀ। ଆର୍ଜେଣ୍ଟିନାର ରାଜଧାନୀ ଠାରୁ ୩୦୦ କିଲୋମିଟର ଦୂରରେ ଥିବା ମେସିଙ୍କ ଜନ୍ମସ୍ଥାନ ରୋସାରିଓରେ ଘଟିଛି ଏଭଳି କିଛି ଘଟଣା

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.