• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1. ଭୋ ଭାନ୍‌ ଥୋଙ୍ଗ୍‌ ଗୁରୁବାର ଭିଏଟ୍‌ନାମର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି।
  2. 2. ଆମେରିକାରୁ ଚାଇନା ପର୍ଯ୍ୟନ୍ତ ଏବଂ ବ୍ରିଟେନରୁ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ବିଶ୍ୱର ଅଧିକାଂଶ ଦେଶ ସେମାନଙ୍କର ଶକ୍ତି କ୍ଷୁଧା ମେଣ୍ଟାଇବାକୁ କୋଇଲାର ବ୍ୟବହାର କରୁଛନ୍ତି ।
  3. 3. ବ୍ରିଟେନର ରାଜପ୍ରାସାଦ ୱିଣ୍ଡସର ଇଷ୍ଟେଟରୁ ପ୍ରିନ୍ସ ହ୍ୟାରି ଏବଂ ତାଙ୍କ ସ୍ତ୍ରୀ ମେଘାନଙ୍କୁ ବେଦଖଲ କରାଯାଇଛି। ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଇଛି।
  4. 4. ରାଜ୍ୟ ଗଠନ ହେବାର ୬୦ ବର୍ଷ ପରେ ନାଗାଲାଣ୍ଡ ପ୍ରଥମଥର ପାଇଁ  ୨ ମହିଳା ବିଧାୟକଙ୍କୁ ନିର୍ବାଚିତ କରି ଇତିହାସ ସୃଷ୍ଟି କରିଛି। ୨୦୨୩ ବିଧାନସଭା ନିର୍ବାଚନରେ ସହ୍ଲୋତୁନୋ କ୍ରୁସେ ଏବଂ ହେକାନି ଜାଖାଲୁ ପ୍ରଥମ ଥର ନିର୍ବାଚନ ଜିତିଛନ୍ତି।
  5. 5. ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ ନିର୍ବାଚନ କମିଶନର (ଇସି)ଙ୍କ ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ପ୍ରଧାନମନ୍ତ୍ରୀ, ବିରୋଧୀଦଳ ନେତା ଓ ପ୍ରଧାନବିଚାରପତିଙ୍କୁ ନେଇ ଗଠିତ କମିଟିର ସୁପାରିସ ଅନୁସାରେ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେବେ ବୋଲି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।
  6. 6. ଆଦାନୀ-ହିଣ୍ଡେନବର୍ଗ ମାମଲାରେ ଯାଞ୍ଚ କରିବ ଏକ୍ସପର୍ଟ କମିଟି। ଆଦାନୀ ଗ୍ରୁପକୁ ନେଇ ହିଣ୍ଡେନବର୍ଗ ଦେଇଥିବା ରିପୋର୍ଟର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।ଏହାଛଡ଼ା SEBI ଏହି ମାମଲାର ତଦନ୍ତ ଜାରି ରଖିବ ବୋଲି କହିଛନ୍ତି କୋର୍ଟ । ଦୁଇ ମାସ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ SEBI କୁ ନିର୍ଦ୍ଦେଶ ନେଇଛନ୍ତି ସୁପ୍ରିମକୋର୍ଟ ।
  7. 7. ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ଛାତ୍ରାଛତ୍ରୀଙ୍କ ପାଇଁ ଆସିଲା କଡ଼ାକଡ଼ି ନିୟମ । ଏଣିକି ଧାରଣା ଦେଲେ ୨୦,୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଏଥିସହ ହିଂସାକାଣ୍ଡ ଭିଆଇଲେ ନାମଲେଖା ରଦ୍ଦ ଅଥବା ୩୦,୦୦୦ ଟଙ୍କା ପର୍ଯ୍ଯନ୍ତ ଜରିମାନା ଦେବାକୁ ପଡ଼ିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି।
  8. 8. ଚଳିତ ବର୍ଷ ହେବ ସିଟି - ଡିପ୍ଲେମା ଇନ୍‌ ଏଲିମେଣ୍ଟାରି ଏଜୁକେସନ (ଡିଇଏଲ୍‌ଇଡି) ପାଠ୍ୟକ୍ରମରେ ନାମଲେଖା। ସିଟି ନାମଲେଖା ଦୁଇ ବର୍ଷ ବନ୍ଦ ରହିବା ପରେ ୨୦୨୩-୨୪ ଶିକ୍ଷାବର୍ଷରେ ନାମ ଲେଖା କରିବାକୁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି।
  9. 9. ୮ ହଜାର ସହଭାଗୀଙ୍କୁ ମିଳିଲା ସାଇକେଲ । ଲୋକସେବା ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ଯକ୍ରମରେ ଏସଏସଜି ମହିଳାଙ୍କୁ ସାଇକେଲ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜଳସାଥୀ, ଆହାର କର୍ମୀ, ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ ଓ ସୁପରଭାଇଜରଙ୍କୁ ସାଇକେଲ ବଣ୍ଟନ କରାଯାଇଛି ।
  10. 10. ତ୍ରିପୁରାରେ ୬୦ ଆସନରୁ ବିଜେପି ମେଣ୍ଟ ୩୩ ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ-ବାମ ମେଣ୍ଟ ୧୪ ଆସନ ହାସଲ କରିଛନ୍ତି। ଏଥିରେ ସିପିଏମ୍‌ର ୧୧ ଆସନ ଏବଂ କଂଗ୍ରେସର ୩ ଆସନ ରହିଛି।
  11. 11. ନାଗାଲାଣ୍ଡ୍‌ରେ ୬୦ ଆସନରୁ ଏନ୍‌ଡିପିପି-ବିଜେପି ମେଣ୍ଟ ୩୭ ଆସନ ହାସଲ କରି ପୁଣି ଥରେ ସରକାର ଗଠନ କରିବାକୁ ଯାଉଛି। ନାଗାଲାଣ୍ଡରେ ଏନ୍‌ଡିପିପି ୪୦ ଆସନ ନିର୍ବାଚନ ଏବଂ ବିଜେପି ୨୦ ଆସନରେ ନିର୍ବାଚନ ଲଢ଼ିଥିଲା। ରାଜ୍ୟରେ ଏନ୍‌ପିଏଫ୍‌କୁ ୨ଟି ଆସନ ମିଳିଥିବା ବେଳେ କଂଗ୍ରେସ ଖାତା ଖୋଲିପାରିନାହିଁ।
  12. 12. ମେଘାଳୟରେ କୌଣସି ଦଳକୁ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ମିଳିନି ଏବଂ ତ୍ରିଶଙ୍କୁ ସ୍ଥିତି ଉପୁଜିଛି। ୬୦ ଆସନରୁ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମାଙ୍କ ଏନ୍‌ପିପି ୨୬ ଆସନରେ ବିଜୟୀ ହୋଇଛି। ୟୁଡିପି (ୟୁନାଇଟେଡ୍‌ ଡିମୋକ୍ରାଟିକ ପାର୍ଟି) ୧୧ ଆସନ ହାସଲ କରି ଦ୍ବିତୀୟ ସ୍ଥାନରେ ରହିଛି। କଂଗ୍ରେସ ୫ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୨ଟି ଆସନରେ ବିଜୟୀ ହୋଇଛି । ଅନ୍ୟପକ୍ଷରେ ଟିଏମ୍‌ସି ୫ଟି ଆସନ ହାସଲ କରି ସମସ୍ତଙ୍କୁ ଚମକାଇ ଦେଇଛି। 
  13. 13. ୩ଟି ଆସନ ଉପନିର୍ବାଚନରେ କଂଗ୍ରେସକୁ ବଡ଼ ଆଶ୍ବସ୍ତି ମିଳିଛି। କଂଗ୍ରେସ ମହାରାଷ୍ଟ୍ରର ପୁନେ ଜିଲ୍ଲାରେ ବିଜେପିଠାରୁ କସବ ପେଠ ବିଧାନସଭା ଆସନ ଅକ୍ତିଆର କରିନେଇଛି। ଦୀର୍ଘ ୨୮ ବର୍ଷ ଧରି ଉକ୍ତ ଆସନରେ ବିଜେପି କ୍ଷମତାରେ ଥିଲା। ତାମିଲନାଡୁର ଇରୋଡରେ କଂଗ୍ରେସ ପ୍ରାର୍ଥୀ ଇଭିକେଏସ ଏଲାନଗୋଭାନ ନିର୍ବାଚନ ଜିତିଛନ୍ତି। ପଶ୍ଚିମବଙ୍ଗର ସାଗରଦିଘିରେ କଂଗ୍ରେସ ନିର୍ବାଚନ ଜିତିଛି।
  14. 14. ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବେ ଉତ୍ତରପଶ୍ଚିମ ମସ୍କୋରେ ତାଙ୍କର ୧୨୦ ନିୟୁତ ଡଲାର ମୂଲ୍ୟର ନବନିର୍ମିତ ଭିଲ୍ଲାରେ ତାଙ୍କ ଗାର୍ଲଫ୍ରେଣ୍ଡ (ବାନ୍ଧବୀ) ସହ ରହୁଛନ୍ତି।
  15. 15. ଜି-୨୦ର ବିଦେଶମନ୍ତ୍ରୀମାନଙ୍କ ସମ୍ମିଳନୀକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରି ସମବେତ ଅଂଶଗ୍ରହଣକାରୀଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଭାରତ କାହିଁକି ଏହାର ଜି-୨୦ ଅଧ୍ୟକ୍ଷତା କାଳରେ ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ର ବାର୍ତ୍ତାକୁ ଗ୍ରହଣ କଲା ତା’ ଉପରେ ଆଲୋଚନା କରିଥିଲେ।
  16. 16. ପୂର୍ବତନ ପ୍ରଧାନବିଚାରପତି ଏଏମ୍ ଅହମଦିଙ୍କର ୯୧ ବର୍ଷ ବୟସରେ ପରଲୋକ ଘଟିଛି।୧୯୮୮ ମସିହାରେ ସେ ସୁପ୍ରିମ୍‌କୋର୍ଟକୁ ପଦୋନ୍ନତି ପାଇଥିବା ବେଳେ ୧୯୯୪ ମସିହାରେ ଭାରତର ପ୍ରଧାନବିଚାରପତି ନିଯୁକ୍ତ ହୋଇଥିଲେ।
  17. 17. ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ବିଚାରପତିମାନେ ଓକିଲମାନଙ୍କୁ କୋର୍ଟ ରୁମ୍ ଭିତରେ ସେମାନଙ୍କ ମୋବାଇଲ ଫୋନ, ଲାପଟପ ଆଦି ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ରେ କାମ କରିବାକୁ ଅନୁମତି ଦେବା ଉଚିତ  ।
  18. 18. ଆଇସିଏମ୍ଆର ଅନୁଯାୟୀ, ୨୦୨୦ରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଆନୁମାନିକ କର୍କଟ ରୋଗୀଙ୍କ ସଂଖ୍ୟା ୧୩.୯୨ଲକ୍ଷ ଥିବା ବେଳେ ୨୦୨୧ରେ ଏହା ୧୪.୨୬ଲକ୍ଷକୁ ବୃଦ୍ଧି ପାଇଥିଲା। ୨୦୨୨ରେ ଏହା ୧୪.୬୧ ଲକ୍ଷକୁ ବୃଦ୍ଧି ପାଇଥିବା ବେଳେ ଆଗାମୀ ବର୍ଷରେ ଏହି ସଂଖ୍ୟ‌ା ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି।
  19. 19. ଭାରତୀୟ ଗ୍ରାଣ୍ଡମାଷ୍ଟର ଡି. ଗୁକେଶ ଏସିଆନ ଚେସ୍‌ ଫେଡେରେଶନ (ଏସିଏଫ୍‌) ଦ୍ୱାରା ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।
  20. 20. ଫିଲ୍ମ ‘ପିଙ୍କ୍‌’ରେ ଭେଟେରାନ ଅଭିନେତା ଅମିତାଭ ବଚ୍ଚନଙ୍କ ଅଭିନୟ ଦର୍ଶକମାନେ ଭୁଲି ନାହାଁନ୍ତି। ତେବେ ସାତ ବର୍ଷ ପରେ ଅମିତାଭ ପୁଣିଥରେ ନିର୍ଦ୍ଦେଶକ ରିଭୂ ଦାସଗୁପ୍ତଙ୍କ ନୂଆ ଫିଲ୍ମ ‘ସେକ୍ସନ ୮୪’ରେ ବଡ ପରଦାକୁ ଫେରୁଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.