• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. 1.ଆସାମ ସରକାର ୧୧ ହଜାରରୁ ଅଧିକ କଳାକାରଙ୍କ ଦ୍ୱାରା ବିହୁ ମହୋତ୍ସବ ଆୟୋଜନ କରି ଗିନିଜ ବୁକ ଅଫ ୱାଲର୍‌ଡ ରେକର୍ଡରେ ଏହାର ନାମ ପଞ୍ଜୀକରଣ କରିବାକୁ ଚାହୁଁଛନ୍ତି। ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଏହା ଘୋଷଣା କରିଛନ୍ତି। ୧୪ ଏପ୍ରିଲରେ ଅନୁଷ୍ଠିତ ହେବାକୁ ଥିବା ଏହି ମହାନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଂଶଗ୍ରହଣ କରିବେ।
  2. 2.କର୍ନାଟକରେ ରାଜ୍ୟ ପୋଲିସ ବିଭାଗ ଦୁଇ ମାସ ମଧ୍ୟରେ ୭ ହଜାରରୁ ଅଧିକ ଅପରାଧୀଙ୍କ ନାମକୁ ତାଲିକାରୁ ହଟାଇ ଦେଇଛି। ଏନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି।
  3. 3.ଅକ୍ଟୋବର-ଡିସେମ୍ବର ୨୦୨୨ ତ୍ରୟମାସିକ ପାଇଁ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ତଥ୍ୟ ପ୍ରକାଶ କରିଛି। ସର୍ବଶେଷ ତଥ୍ୟ ଅନୁଯାୟୀ, ତୃତୀୟ ତ୍ରୟମାସରେ ଭାରତର ଜିଡିପି ୪.୪ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରିଛି।
  4. 4.ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ନେତା ମନୀଷ ସିସୋଡିଆ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଉଭୟଙ୍କ ଇସ୍ତଫା ପତ୍ରକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସ୍ବୀକାର କରିଥିବା ଜଣାପଡ଼ିଛି।
  5. 5.ଚନ୍ଦ୍ରାୟନ ମିଶନ-୩ର ଲଞ୍ଚ ଯାନର କ୍ରାୟୋଜେନିକ ଉପର ପର୍ଯ୍ୟାୟରେ ଚାଳିତ ସିଇ-୨୦ କ୍ରାୟୋଜେନିକ ଇଞ୍ଜିନର ଫ୍ଲାଇଟ ଗ୍ରହଣୀୟ ଉତ୍ତାପ ପରୀକ୍ଷା ସଫଳ ହୋଇଛି।
  6. 6.ବୁଧବାର ଠାରୁ ଭାରତରେ ଆରମ୍ଭ ହେବାକୁ ଥିବା ଜି-୨୦ ଦେଶର ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଜାପାନର ବୈଦେଶିକ ମନ୍ତ୍ରୀ ୟୋସିମାସା ହାୟାଶି ଯୋଗଦେବେ ନାହିଁ।
  7. 7.ଫେବୃୟାରୀ ୬ରେ ତୁର୍କୀ ଏବଂ ସିରିଆରେ ଶକ୍ତିଶାଳୀ ଭୂକମ୍ପରେ ବ୍ୟାପକ ଧ୍ୱଂସ ଘଟିଥିଲା। ଏଥିରେ ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।
  8. 8.ଟେସଲା ସିଇଓ ଏଲନ ମସ୍କ ପୁଣି ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ହୋଇଛନ୍ତି। ଗତ ବର୍ଷ ଅଧିକ କ୍ଷତି ହେତୁ ବିଶ୍ୱର କୋଟିପତି ତାଲିକାରେ ଦୁଇ ନମ୍ବରକୁ ଖସି ଆସିଥିଲେ
  9. 9.ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ତାଙ୍କ ପାଖ ଲୋକଙ୍କ ଦ୍ୱାରା ହତ୍ୟାର ଶିକାର ହେବେ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଦାବି କରିଛନ୍ତି।
  10. 10.ଗତ ୧୨୨ ବର୍ଷରେ ଚଳିତ ବର୍ଷର ଫେବ୍ରୁଆରୀ ସବୁଠୁ ଗରମ ରହିଥିଲା । ଏ ନେଇ ଭାରତୀୟ ପାଣିପାଗ ବିଭାଗ ଏକ ରିପୋର୍ଟ ଜାରି କରିଛି। ଏହି ସମୟରେ ଦିନର ହାରାହାରି ତାପମାତ୍ରା ସାମାନ୍ୟ ଠାରୁ ୧.୭୩ ଡିଗ୍ରୀ ଅଧିକ ରହିଥିଲା । ବିଭାଗ ରିପୋର୍ଟ ଅନୁଯାୟୀ, ଏହା ପୂର୍ବରୁ ୧୯୦୧ ମସିହାରେ ଫେବ୍ରୁଆରୀରେ ହାରାହାରି ତାପମାତ୍ରା ସାମାନ୍ୟଠାରୁ ୦.୮୧ ଡିଗ୍ରୀ ଅଧିକ ରହିଥିଲା ।
  11. 11.ବରିଷ୍ଠ ଆଇଏଏସ୍ ନିକୁଞ୍ଜ ଧଳ ହେଲେ ନୂଆ ଏସଆରସି । ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ପରେ ନିକୁଞ୍ଜଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି। ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
  12. 12.ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ବରଗଡ଼ ଜିଲ୍ଲାର ଅତାବିରା ଏନ୍‌ଏସିର କାର୍ଯ୍ଯକାଳ ଆସନ୍ତା ଏପ୍ରିଲ ୧୨ ତାରିଖରେ ଶେଷ ହେଉଛି। ଏହା ପୂର୍ବରୁ ଏହି ଦୁଇ ସ୍ଥାନରେ ନିର୍ବାଚନ କରିବା ପାଇଁ ତାରିଖ ଘୋଷଣା କରାଯାଇଛି। ଏପ୍ରିଲ ୩ ତାରିଖରେ ଏହି ଦୁଇ ଏନ୍‌ଏସି ପାଇଁ ଭୋଟ୍ ଗ୍ରହଣ କରାଯିବ।
  13. 13.ଆସନ୍ତା ମାର୍ଚ୍ଚ ୫ ତାରିଖରେ ବିଜୁ ଜୟନ୍ତୀ ପାଳନ ନେଇ କର୍ମୀଙ୍କୁ ଚିଠି ଲେଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମାର୍ଚ୍ଚ ୫ ତାରିଖରୁ ୨୫ ତାରିଖ ଯାଏଁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀସ୍ତରରେ ସମୃଦ୍ଧ, ସଶକ୍ତ ଓ ସ୍ବାଭିମାନୀ ନବୀନ ଓଡିଶା ଗଠନ ଦିଗରେ ପ୍ରବନ୍ଧ, ତର୍କ, ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯିବ।
  14. 14.ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲ୍ଲା ଅବନ୍ତିପୁରାରେ ଆଜି ସକାଳେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ରବିବାର ଆତଙ୍କବାଦୀ ଜଣେ କାଶ୍ମୀର ପଣ୍ଡିତଙ୍କୁ ମାରି ଦେଇଥିଲେ ।
  15. 15.୪୦ ଲକ୍ଷ ଟଙ୍କାର କାରରେ ଆସିଲେ ଆଉ ଅତିଥିଙ୍କୁ ସ୍ୱାଗତ ପାଇଁ ରଖାଯାଇଥିବା ଫୁଲକୁଣ୍ଡ ବୋହିନେଲେ | ଦିଲ୍ଲୀ ନିକଟରେ ଥିବା ଗୁରୁଗ୍ରାମରେ ଫୁଲକୁଣ୍ଡ ଚୋରିର ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି 
  16. 16.ପଞ୍ଜାବର ଆମ୍‌ ଆଦ୍‌ମୀ ପାର୍ଟି ସରକାର ଏବଂ ରାଜ୍ୟପାଳ ବନଓ୍ବାରିଲାଲ୍‌ ପୁରୋହିତଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ଏହା ଉପରେ ଗଭୀର ସାମ୍ବିଧାନିକ ଆଲୋଚନା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି।
  17. 17.ମହଙ୍ଗା ହେଲା ଘରୋଇ ଏଳପିଜି ସିଲିଣ୍ଡର । ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଛି । ରାଜଧାନୀ ଦିଲ୍ଲୀରେ ବୁଧବାରଠାରୁ ଘରୋଇ ଏଲପିଜି ସିଲିଣ୍ଡରର ଦାମ ୧୧୦୩ ଟଙ୍କା ହୋଇଯାଇଛି ।
  18. 18.ଆମେରିକାର ନ୍ୟାଶନାଲ ସେଣ୍ଟର ଫର୍‌ ମିସିଙ୍ଗ୍‌ ଆଣ୍ଡ୍‌ ଏକ୍ସପ୍ଲୋଏଟେଡ୍‌ ଚିଲ୍‌ଡ୍ରେନ୍‌ (ଏନ୍‌ସିଏମ୍‌ଇସି) ଏଜେନ୍ସି ପକ୍ଷରୁ କରାଯାଇଥିବା ସର୍ଭେରେ ମଧ୍ୟପ୍ରଦେଶରୁ ୩୦,୦୦୦ ଶିଶୁ ଯୌନ ଉତ୍ପୀଡ଼ନକାରୀଙ୍କୁ ଚିହ୍ନଟ କରାଯାଇଛି।
  19. 19.ବେଙ୍ଗାଲୁରୁର ୩୨ ବର୍ଷୀୟ ଏମ୍‌. ମଣିକାନ୍ତଙ୍କୁ ପୋଲିସ ଗିରଫ କରିଛି। ଦୁଇ ଯୁବକଙ୍କୁ ୧ କୋଟିର ସୁପାରି ଦେଇ ମଣିକାନ୍ତ ସମ୍ପତ୍ତି ପାଇଁ ବାପା ନାରାୟଣ ସ୍ବାମୀଙ୍କୁ ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଛି।
  20. 20.କୋଭିଡ୍‌-୧୯ ପାଇଁ ହଂକଂରେ ଆଜିଯାଏ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଥିଲା। ୯୪୫ ଦିନ ପରେ ମାର୍ଚ୍ଚ ପହିଲା ବୁଧବାରଠାରୁ ଏହି ବାଧ୍ୟତାମୂଳକ ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.