• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ପୁଟିନଙ୍କ ସବୁଠାରୁ ପ୍ରିୟ କମାଣ୍ଡରଙ୍କୁ ଦିଆଗଲା ବିଷ! ୟୁକ୍ରେନକୁ ବିଶ୍ୱ ମାନଚିତ୍ରରୁ ପୋଛି ଦେବାକୁ ଦେଇଥିଲେ ଧମକ l
  2. କୋଭିଡ ପରି ଆଉ ଏକ ଭାଇରସ୍ ବ୍ୟାପୁଛି । ଏହାର ନାଁ ହେଉଛି H3N2 । ବୟସ୍କମାନେ ଏହା ପ୍ରତି ସତର୍କ ରହନ୍ତୁ କହିଛନ୍ତି ଦିଲ୍ଲୀ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ । ଏହା କାଶ ଓ ଛିଙ୍କ ଜରିଆରେ ବ୍ୟାପିଥାଏ । ତେଣୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ଗୁଲେରିଆ.।
  3. ବିଭିନ୍ନ ସ୍ଥାନରେ ଅଘଟଣ ଘଟି ୪୩ଜଣଙ୍କ ମୃତ୍ୟୁ ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ବିଶେଷ କରି ଓଡ଼ିଶା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଅଧିକ ମୃତ୍ୟୁ ହୋଇଛି।
  4. ହାର ଜେଲରେ ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି ବୋଲି ଆମ୍ ଆଦମୀ ପାର୍ଟି (ଆପ୍) କରିଥିବା ଅଭିଯୋଗକୁ ଦିଲ୍ଲୀ ଜେଲ୍ ବିଭାଗ ପ୍ରତ୍ୟାଖ୍ୟାନ କରିଛି ।
  5. ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ୍ ଭାରତ ଗସ୍ତରେ ଆସିଛନ୍ତି । ସେ ବୁଧବାରଦିନ ଏକ ସ୍ୱତନ୍ତ୍ର ବିମାନରେ ଅହମ୍ମଦାବାଦରେ ପହଞ୍ଚିବା ପରେ ସାବରମତୀ ଆଶ୍ରମ ପରିଦର୍ଶନ କରିଥିଲେ। ଏଠାରେ ସେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ
  6. ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟମାନଙ୍କୁ ସିମ୍‌ କାର୍ଡ ଯୋଗାଉ ଥିବା ଅଭିଯୋଗରେ ଆସାମର ନାଗାଓଁ ଏବଂ ମୋରିଗାଓଁ ଜିଲ୍ଲାରୁ ୫ ଜଣଙ୍କୁ ଗିରଫ କରାଯାଇଛି।
  7. ତାମିଲନାଡୁରେ ବିଜେପିର ମୋଟ ୧୩ ଜଣ କର୍ମକର୍ତ୍ତା ଦଳ ଛାଡି ଏହାର ମେଣ୍ଟ ସହଯୋଗୀ ଅଲ୍‌ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନେତ୍ରା କଜଗମ (ଏଆଇଏଡିଏମକେ)ରେ ଯୋଗ ଦେଇଛନ୍ତି।
  8. ମହିଳା ଓ ଝିଅମାନଙ୍କ ପ୍ରତି ଆତଙ୍କବାଦୀମାନେ ଚଳାଇଥିବା ହିଂସା ଅନିୟନ୍ତ୍ରିତ ଥିବା କଥା ମଙ୍ଗଳବାର ଦିନ ଜାତିସଂଘ ସୁରକ୍ଷା ପରିଷଦ୍‌ରେ ଭାରତ କହିଛି।
  9. ଇରାନ୍‌ର ଚାବହାର ବନ୍ଦର ବାଟେ ଆଫଗାନିସ୍ତାନକୁ ୨୦,୦୦୦ ମେଟ୍ରିକ୍‌ ଟନ୍‌ ଗହମ ସହାୟତା ଭାବେ ପଠାଇବ ବୋଲି ଆଫଗାନିସ୍ତାନ ପରିସ୍ଥିତି ସଂକ୍ରାନ୍ତରେ ମିଳିତଭାବେ କାର୍ଯ୍ୟ କରୁଥିବା ‘ଇଣ୍ଡିଆ-ସେଣ୍ଟ୍ରାଲ୍‌ ଏସିଆନ୍‌ କଣ୍ଟ୍ରିଜ୍‌’ର ପ୍ରଥମ ବୈଠକରେ ଭାରତ ଘୋଷଣା କରିଛି।
  10. କ୍ରିପ୍ଟୋକରେନ୍ସି କାରବାର ଉପରେ ନିୟନ୍ତ୍ରଣ ରଖିବାକୁ ଭାରତ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଅର୍ଥମନ୍ତ୍ରାଳୟର ଏକ ବିଜ୍ଞପ୍ତି ଅନୁସାରେ ଏଣିକି କ୍ରିପ୍ଟୋ କାରବାର, କ୍ରିପ୍ଟୋ କରେନ୍ସି ଜମା ରଖିବା ଓ ତତ ସଂପର୍କୀତ କାରବାର ମନି ଲଣ୍ଡରିଂ (ବେଆଇନ ଅର୍ଥକାରବାର) ଆଇନ ଅଧିନରେ ଆସିବ ।
  11. ଓଡ଼ିଶା ସମେତ ଛତିଶଗଡ଼, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଉତ୍ତରାଖଣ୍ଡ, ତାମିଲନାଡ଼ୁ ଓ କର୍ଣ୍ଣାଟକରେ ପ୍ରାକୃତିକ କୃଷି (ନାଚୁରାଲ ଫାର୍ମିଂ) ପାଇଁ ନାବାର୍ଡ ଆର୍ଥିକ ସହାୟତା ପ୍ରଦାନ କରିବ।
  12. ଚଳିତ ବର୍ଷ ଅଭିବୃଦ୍ଧି ହାର ୫% ରହିବ ବୋଲି ଚୀନ୍ ଆକଳନ କରିଛି। ଗତ ୨୫ ବର୍ଷରୁ ଅଧିକ ସମୟ ଭିତରେ ଚୀନ୍‌ର ତାହା ସର୍ବନିମ୍ନ ଅଭିବୃଦ୍ଧି ହେବ।
  13. ଜିନ୍ଦଳ ଷ୍ଟେନଲେସ୍ ଏହାର ଯାଜପୁର ଓ ହିସାରରେ ଥିବା କାରଖାନାରେ ରୁଫ୍‌ଟପ୍‌ ସୋଲାର ପ୍ରକଳ୍ପ ସ୍ଥାପନ କରିବା ଲାଗି ୧୨୦ କୋଟି ଟଙ୍କା ନିବେଶ କରିବ। କାରଖାନାର ବିଭିନ୍ନ ସପ୍‌ ଫ୍ଲୋର୍‌ ଛାତ ଓ ଛପର ଉପରେ ସୋଲାର ପ୍ୟାନେଲ୍‌ ସ୍ଥାପନ କରାଯିବ।
  14. ଫେବ୍ରୁଆରିରେ ଦେଶରେ ୧୭ ଲକ୍ଷ ୭୫ ହଜାର ୪୨୪ଟି ଗାଡ଼ି ବିକ୍ରି ହୋଇଛି ଯାହା ୨୦୨୨ ଫେବ୍ରୁଆରିରେ ହୋଇଥିବା ୧୫ ଲକ୍ଷ ୩୧ ହଜାର ବିକ୍ରି ତୁଳନାରେ ୧୫.୯୫ ପ୍ରତିଶତ ଅଧିକ।
  15. ଗତ ବର୍ଷ ରିଲିଜ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ଓଏ ଅଞ୍ଜଳି’ ଏବେ ହିନ୍ଦୀ ବ୍ୟତୀତ ତାମିଲ, ତେଲୁଗୁ, କନ୍ନଡ଼, ମାଲୟାଲମ୍, ଗୁଜୁରାଟୀ, ମରାଠୀ, ପଞ୍ଜାବୀ, ବେଙ୍ଗଲୀ ଭାଷାରେ ଡବ୍ ହେଉଛି। ଏହି ଚଳଚ୍ଚିତ୍ରଟିକୁ ରିଲାଏନ୍ସ ଏଣ୍ଟରଟେନ୍‌ମେଣ୍ଟ ପ୍ରଯୋଜନା କରୁଛି। ଦଶଟି ଭାଷାରେ ଡବିଂ ହେଉଥିବା ଏହା ହେଉଛି ଦ୍ବିତୀୟ ଚଳଚ୍ଚିତ୍ର।
  16. ପୁରୀ ଶ୍ରୀମନ୍ଦିର ନିକଟ ମରିଚିକୋଟ ଛକ ଠାରେ ଥିବା ସମ୍ରାଟ ସପିଂ ମଲରେ ଥିବା ପ୍ରାୟ ୪୦ଟି ଦୋକାନ ଜଳି ପାଉଁଶ ହୋଇଯାଇଛି। ୬ରୁ ଅଧିକ ଦମକଳ ଗାଡ଼ି ନିଆଁ ଲିଭାଇବାକୁ ଉଦ୍ୟମ କରାଯାଉଛି। ଅଗ୍ନିଶମ ବାହିନୀ ବଡ଼ ସିଡି ବ୍ୟବହାର କରି ମଲର ଉପର ମହଲରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଛି ।
  17. ସମୁଦ୍ର ମଝିରୁ ଗୁପ୍ତଚର ପାରା ଉଦ୍ଧାର ହୋଇଛି। ପାରା ଦେହରେ କ୍ୟାମେରା ଓ ଚିପ୍ ଲାଗିଛି। ପାରା ଡେଣାରେ ଏକ ଅଜଣା ବିଦେଶୀ ଭାଷାରେ କିଛି ଲେଖା ହୋଇଥିବାରୁ ଆହୁରି ସନ୍ଦେହ ଘନୀଭୂତ ହୋଇଛି। କୋଣାର୍କ ନିକଟ ଗଭୀର ସମୁଦ୍ରରେ ସାରଥୀ ନାମକ ଏକ ଟ୍ରଲର ମାଛ ଧରୁଥିବା ସମୟରେ ମତ୍ସ୍ୟଜୀବୀମାନେ ଏହି ପାରାକୁ ଉଦ୍ଧାର କରିଛନ୍ତି।
  18. ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଅନୁଯାୟୀ, ୨୦୧୭ ରୁ ୨୦୨୨ ଗତ ୫ ବର୍ଷରେ ଭାରତରେ ୬୫୫ଟି ମିଥ୍ୟା ଏନକାଉଣ୍ଟର ହୋଇଥିଲା। ରାୟ କହିଛନ୍ତି ଯେ ଛତିଶଗଡରେ ସର୍ବାଧିକ ସଂଖ୍ୟକ ମିଥ୍ୟା ଏନକାଉଣ୍ଟର କରାଯାଇଛି।ରାଜ୍ୟରେ ମିଥ୍ୟା ଏନକାଉଣ୍ଟରରେ ୧୯୧ ଜଣଙ୍କର ମୃତ୍ୟୁ ଘଟିଛି। ମିଥ୍ୟା ଏନକାଉଣ୍ଟରରେ ଉତ୍ତରପ୍ରଦେଶ(ୟୁପି)ରେ ୧୧୭ ଜଣ ଏବଂ ଆସାମରେ ୫୦ ଜଣଙ୍କର ମୃତ୍ୟୁ ଘଟିଛି। ମାନବ ଅଧିକାର ଆୟୋଗ ପକ୍ଷରୁ ୧୮ ବର୍ଷର ତଥ୍ୟ ପ୍ରକାଶ କରିଛି।
  19.  ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା-ଚେୟାରମ୍ୟାନ ନୀତା ଅମ୍ବାନୀ ‘ଦ ହର୍‌ ସର୍କଲ, ଏଭ୍ରିବଡି ପ୍ରୋଜେକ୍ଟ’ ଆରମ୍ଭ କରି ଏକ ନୂତନ ପଦକ୍ଷେପ ନେଇଛନ୍ତି।
  20. ହକିର ବିକାଶ ପାଇଁ ହକି ଇଣ୍ଡିଆ ପକ୍ଷରୁ ତୃଣମୂଳ ସ୍ତରର ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିରେ ଯୁବ ପ୍ରତିଭାଙ୍କୁ ଚିହ୍ନଟ କରି ସ୍ୱତନ୍ତ୍ର ତାଲିମ ଦିଆଯିବ। ଆସନ୍ତା ୧୯ ତାରିଖ ଠାରୁ ହକି ଇଣ୍ଡିଆ ପକ୍ଷରୁ ଜୋନାଲ ଚାମ୍ପିଅନସିପ୍ ଚାରୋଟି କେନ୍ଦ୍ରରେ ଆରମ୍ଭ ହେବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.