• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପ୍ରତିରକ୍ଷା ମନ୍ତ୍ରଣାଳୟ ମଙ୍ଗଳବାର ୭୦ ଏଚଟିଟି-୪୦ ଟ୍ରେନିଂ ବିମାନ କ୍ରୟ ପାଇଁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ(ଏଚଏଏଲ) ସହିତ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି। ବାୟୁସେନା ଏହି କ୍ରୟ ପାଇଁ ୬,୮୦୦ କୋଟି ଟଙ୍କା ଖର୍ଚ୍ଚ କରିବ।
  2. ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କ୍ୟାବିନେଟ ବୈଠକରେ ଏହି ବଡ଼ ଘୋଷଣା କରିଛନ୍ତି । ରାଜ୍ୟସ୍ତରୀୟ ପରୀକ୍ଷାର ପ୍ରଥମ ଟପ୍ପରଙ୍କୁ ୩ ଲକ୍ଷ ନଗଦ ରାଶି, ୬୦ ହଜାର ମୂଲ୍ୟର ଏକ ଲାପଟପ ଓ ୨୦ ହଜାର ଟଙ୍କାର ଏକ ମୋବାଇଲ ଫୋନ୍ ଦିଆଯିବ । ଏହାଛଡ଼ା ରାଜ୍ୟ ସ୍ତରୀୟ ଦଶମ ଓ ଦ୍ୱାଦଶ ପରୀକ୍ଷାର ସେକେଣ୍ଡ ଟପରଙ୍କୁ ୨ ଲକ୍ଷ ନଗଦ ରାଶି, ୬୦ ହଜାର ଟଙ୍କିଆ ଲାପଟପ ଓ ୨୦ ହଜାର ଟଙ୍କିଆ ମୋବାଇଲ ଫୋନ୍ ଦିଆଯିବ ।
  3. ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ବରିଷ୍ଠ ବିଜେପି ନେତା ମାନିକ ଶାହା ପୁନର୍ବାର ଆସନ୍ତା ୮ରେ ଦାୟିତ୍ବ ଗ୍ରହଣ କରିବେ। ମାନିକ ଶାହା ନିର୍ବାଚନ ପୂର୍ବରୁ ତ୍ରିପୁରା ମୁଖ୍ୟମନ୍ତ୍ରୀ ଥିଲେ।
  4. ଜାପାନରେ ଜନ୍ମହାର ଦ୍ରୁତ ବେଗରେ ହ୍ରାସ ପାଇଚାଲିଛି।
  5. ବ୍ରିଟେନରେ ଚାଇନା ସୋସିଆଲ ମିଡିଆ ଆପ ଟିକଟକ ୨୦ ଲକ୍ଷରୁ ଅଧିକ ଆକାଉଣ୍ଟକୁ ଡିଲିଟ କରିଛି ।
  6. ଅତୀତରେ ଗୁପ୍ତଚର ବେଲୁନ ପ୍ରସଙ୍ଗରେ ଚାଇନା ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ ନେଇ ଉତ୍ତେଜନା ଦେଖାଦେଇଛି। ଦୁଇ ଦେଶ ମଧ୍ୟରେ ଥିବା ଏହି ତିକ୍ତତା ବର୍ତ୍ତମାନ ଶତ୍ରୁତା ଆଡ଼କୁ ଗତି କରୁଥିବା ଜଣାପଡିଛି।
  7. ମେଘାଳୟ ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟଥର ପାଇଁ ଶପଥ ନେଲେ କନରାଡ ସାଙ୍ଗମା।
  8. ନାଗାଲାଣ୍ଡ ରାଜନୀତିର ବରିଷ୍ଠ ନେତା ନେଫ୍ୟୁ ରିଓ ମଙ୍ଗଳବାର ଅର୍ଥାତ୍ ୭ ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।
  9. ଭାରତ ଏବଂ ଫ୍ରାନ୍ସ ସୈନ୍ୟବାହିନୀ ମଧ୍ୟରେ ପ୍ରଥମ ମିଳିତ ସମରାଭ୍ୟାସ ମଙ୍ଗଳବାର କେରଳର ଥିରୁଭାନନ୍ତପୁରମରେ ଆରମ୍ଭ ହୋଇଛି। ମିଳିତ ଭାବେ ପରିଚାଳିତ ଏହି ସାମରିକ ଅଭ୍ୟାସର ନାମ ଫ୍ରିନଜେକ୍ସ -୨୩ରଖାଯାଇଛି।
  10. ଗୁଜୁରାଟର ମୋର୍ବି ଝୁଲାପୋଲ ଦୁର୍ଘଟଣା ମାମଲାରେ ଓରେଭା କମ୍ପାନୀର ଏମଡି ଜୟସୁଖଭାଇ ପଟେଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ଜିଲ ଓ ସେସନ୍ସ କୋର୍ଟ ଖାରଜ କରିଛନ୍ତି।
  11. ନାଗାଲାଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଥିବା ପ୍ରଥମ ମହିଳା ବିଧାୟକ ସାଲହୁଟୁନୁ କ୍ରୁସେ ମଙ୍ଗଳବାର ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।
  12. ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ତାଙ୍କ ପିତାଙ୍କୁ ସିବିଆଇ ପଚରାଉଚରା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରୋହିଣୀ ହିଁ ତାଙ୍କ ପିତାଙ୍କୁ କିଡନୀ ଦାନ କରିଥିଲେ
  13. ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ ବିଶିଷ୍ଟ ବୈଜ୍ଞାନିକ ଅଧ୍ୟାପକ ପ୍ରଫୁଲ୍ଲ କୁମାର ଜେନାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ୯୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି ।
  14. ସୋର -କୁପାରୀ ରାସ୍ତା କାନପୁର ପୋଲ ନିକଟରେ ଆଜି ଅପରାହ୍ନରେ ଏକ ପିକଅପ ଡିଜିକୁ ଟାଣି ଟାଣି ନେଉଥିବା ବେଳେ ରାସ୍ତାରେ ଯାଉଥିବା ଜଣେ ମହିଳାଙ୍କ ଉପରେ ଓଲଟି ପଡିବାରୁ ମହିଳା ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।
  15. ସୁରକ୍ଷିତ ଓ ଶୃଙ୍ଖଳିତ ହୋଲି ପାଇଁ କମିଶନରେଟ ପୁଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ଘୋଷଣା କରାଯାଇଛି । ହୋଲି ଉତ୍ସବ ନାଁରେ ନିଶା ଖାଇ ମଉଜ କରୁଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ । ଭୁବନେଶ୍ଵରରେ ଉପଦ୍ରବକାରୀଙ୍କ ଉପରେ ନଜର ରଖିବ ସ୍ପେଶାଲ ସ୍କ୍ୱାଡ୍ ଓ ଟିମ୍-୬୦ ।
  16. ମାର୍ଚ୍ଚ ୧୦ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଠାରେ FIH ହକି ପ୍ରୋ ଲିଗ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଵେ। ଏଥି ସହିତ ପ୍ରାୟ ୧୨୪ କୋଟି ବ୍ୟୟ ଅଟକଳରେ ନିର୍ମିତ  ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମ ଉଦଘାଟନ କରିବେ।
  17. ଆଇଏନ୍ଏସ୍‌ ବିଶାଖାପାଟନମ୍‌ ଯୁଦ୍ଧ ଯାହାଜରୁ ସଫଳତାର ସହିତ ପରୀକ୍ଷା ହେଲା ଏମଆରଏସଏଏମ(MRSAM) ଏହାଦ୍ବାରା ୭୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରାଯାଇପାରିବ।ପରୀକ୍ଷା ସଫଳ ହୋଇଥିବା ନେଇ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି।
  18. ଯାତ୍ରା ଓ ମେଲୋଡିରେ ଅଶ୍ଳୀଳତା ଉପରେ ନଗ୍ନତାକୁ ବି ପ୍ରଶ୍ରୟ ଦିଆଯିବ ନାହିଁ । ଯାତ୍ରାରେ ଦ୍ବିଅର୍ଥବୋଧକ ସଂଳାପ ମଧ୍ୟ ରହିବ ନାହିଁ। ଏ ନେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିମାନଙ୍କୁ ଚିଠି ଲେଖାଯାଇଛି।
  19. ଦେଶର ସର୍ବବୃହତ ସାର ପ୍ରସ୍ତୁତକାରୀ ତଥା ବିଶ୍ୱର ସର୍ବ ବୃହତ୍ତମ ସମବାୟ ସଂସ୍ଥା ଇଣ୍ଡିଆନ୍ ଫାର୍ମରସ୍ ଫର୍ଟିଲାଇଜର୍ କୋଅପରେ ଟିଭ୍ ଲିଃ (ଇଫିକୋ) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରାଯାଇଛି ।
  20. ଇନ୍ଦୋର ପରେ ଅହମ୍ମଦାବାଦରେ ୪ର୍ଥ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ରେ ମଧ୍ୟ ଷ୍ଟିଭେନ୍ ସ୍ମିଥ୍ ଅଷ୍ଟ୍ରେଲିଆ ଦଳର ନେତୃତ୍ବ ନେବେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.