• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. 1.ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଫେବୃଆରୀ ୨୮ରେ ସରୁଛି। ଆସନ୍ତା ମାର୍ଚ୍ଚ ୧ ରେ ପ୍ରଦୀପ ଜେନା ଡାଇତ୍ଵ ଗ୍ରହଣ କରିବେ । ୧୯୮୯ ବ୍ୟାଚର ଆଇଏସ ପ୍ରଦୀପ କୁମାର ଜେନା ।
  2. 2. ୮ ଘଣ୍ଟାର ଜେରା ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି।
  3. 3. କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କ କବିତା ପୁସ୍ତକ ଦୟାନଦୀ ଦ୍ଵିତୀୟ ହିନ୍ଦୀ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଚାଲିଥିବା ବିଶ୍ଵପୁସ୍ତକ ମେଳାରେ ଲୋକାର୍ପିତ ହୋଇଛି।
  4. 4. ମହିଳା ଟି-୨୦ ବିଶ୍ଵକପ୍‌ରେ ପୁଣି ଥରେ ବିଶ୍ଵ ଚାମ୍ପିଅନ ହୋଇଛି ଅଷ୍ଟ୍ରେଲିଆ । କେପଟାଉନରେ ଖେଳାଯାଇଥିବା ଫାଇନାଲ୍‌ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୯ ରନରେ ହରାଇ ଷଷ୍ଠ ଥର ଟାଇଟଲ୍ ଜିତିଛି ଅଷ୍ଟ୍ରେଲିଆ। ଅନ୍ୟପଟେ ପ୍ରଥମ ଥର ଫାଇନାଲ୍‌ରେ ପହଞ୍ଚିଥିବା ଦକ୍ଷିଣ ଆଫ୍ରିକା ଶେଷ ପର୍ଯ୍ୟନ୍ତ ସଙ୍ଘର୍ଷ କରିଥିଲେ ମଧ୍ୟ ମ୍ୟାଚ ଜିତି ପାରି ନାହିଁ।
  5. 5. ଭାରତର ଶେଷ ରାଣୀ ତିଗିରିଆ ଗଡ଼ଜାତର ମହାରାଣୀ ରାସମଞ୍ଜରୀ ଦେବୀଙ୍କ ୯୬ବର୍ଷରେ ତିଗିରିଆ ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି। ସେ ତିଗିରିଆ ଗଡଜାତର ଶେଷ ସ୍ୱାଧୀନ ରାଣୀ ତଥା ଆଠଗଡର ପୂର୍ବତନ ବିଧାୟିକା। ରାସମଞ୍ଜରୀ ଦେବୀ ଜନତା ଦଳରୁ ୧୯୭୭-୮୦ ମସିହା ପର୍ଯ୍ୟନ୍ତ ଆଠଗଡ ନିର୍ବାଚନ ମଣ୍ଡଳରୁ ବିଧାୟିକା ଭାବେ ନିର୍ବାଚିତା ହୋଇଥିଲେ ।
  6. 6. ଓଡ଼ିଶା ଇଲେକଟ୍ରିସିଟି ରେଗୁଲେଟୋରି କମିଶନ(ଓଇଆରସି) ଚେୟାରମ୍ୟାନ ଭାବେ ସୁରେଶ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି। ଏନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୮ରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବେ ସୁରେଶ ମହାପାତ୍ର ।
  7.  7. ମିଶନ ଶକ୍ତି ମହିଳାଙ୍କୁ ୯୮ତମ ମନ କି ବାତ କାର୍ଯ୍ଯକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ଅଦରକାରୀ ପଲିଥିନରୁ କେନ୍ଦ୍ରାପଡ଼ା ଖଇରାବାଦର ମହିଳା କମଳା ମହାରଣା ।  ସ୍ବାବଲମ୍ବୀ ହୋଇପାରିଛନ୍ତି। ବର୍ଜ୍ୟ ପଲିଥିନରୁ ଆକର୍ଷଣୀୟ ଘରୋଇ ସାଜସଜ୍ଜା ଉପକରଣ ତିଆରି କରି ବିଭିନ୍ନ ସ୍ଥାନରେ ବିକ୍ରି କରି ସ୍ୱାବଲମ୍ବୀ ହୋଇଛନ୍ତି।
  8. 8. ଓଡ଼ିଶାକୁ ଡାଟା ସେଣ୍ଟର ହବ୍‌‌ରେ ପରିଣତ କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ନୀତି ପ୍ରଣୟନ କରିଛନ୍ତି। ଆଉ ଏହି ନୀତିକୁ ବଳ ଯୋଗାଇବା ପାଇଁ ଚଳିତ ବଜେଟରେ ସରକାର ସ୍ୱତନ୍ତ୍ର ବ୍ୟୟବରାଦ କରିଛନ୍ତି। ଡାଟାର ନିର୍ଭରଯୋଗ୍ୟତା ଏବଂ ସୁଲଭତା ପାଇଁ ପୁରୀ ଠାରେ ସମୁଦ୍ର ଗର୍ଭରେ ଏକ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ୍‌‌ ପ୍ରତିଷ୍ଠା କରାଯିବ। 
  9. 9.ଗୁଜରାଟରେ ରବିବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ତୀବ୍ରତା ମାପ କରାଯାଇଛି। ରବିବାର ଅପରାହ୍ନ ୩.୨୧ରେ ଏହା ଭୂକମ୍ପ ଅନୁଭୂତ ହୋଇଥିଲା। ବୈଜ୍ଞାନିକମାନେ କହିଛନ୍ତି ଯେ ଗୁଜରାଟର ଆମରେଲି ଜିଲା ହେଉଛି ଦେଶର ସର୍ବାଧିକ ଭୂକମ୍ପ ପ୍ରବଣ ଅଞ୍ଚଳ। ଗତ ଦୁଇ ବର୍ଷ ମଧ୍ୟରେ ଏଠାରେ ୪୦୦ ଭୂକମ୍ପ ଅନୁଭୂତ ହୋଇଛି।
  10. 10.ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ଘଟଣା ବଢ଼ୁଥିବାରୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଶନିବାର ଉଦ୍‌ବେଗ ପ୍ରକାଶ କରିଛନ୍ତି।
  11. 11.ଫ୍ଲାଏ ଆଶ୍‌ ନେଇ ସ୍ଵଦେଶ ଫେରୁଥିବା ବାଂଲାଦେଶର ମାଲ ପରିବହନକାରୀ ଜାହାଜ ଅନ୍ୟ ଏକ ଜାହାଜ ସହିତ ମୁହାଁମୁହିଁ ହେବା ପରେ ହୁଗୁଳି ନଦୀରେ ବୁଡ଼ି ଯାଇଛି।
  12. 12.ଆଜି ଦେଶର ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମେଘାଳୟ ଓ ନାଗାଲାଣ୍ଡ୍‌ ବିଧାନସଭା ନିର୍ବାଚନ ନିମନ୍ତେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ଉଭୟ ରାଜ୍ୟରେ ସକାଳ ୭ଟା ବେଳେ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ।
  13. 13.କାମ୍ବୋଡ଼ିଆର ପ୍ରେ ଭେଙ୍ଗ ପ୍ରଦେଶରେ ବାର୍ଡ ଫ୍ଲୁ ଭାତାଣୁ ଏଚ୍‌୫ଏ୧ ସଂକ୍ରମଣ ଯୋଗୁ ଜଣେ ୧୧ ବର୍ଷୀୟା ବାଳିକାର ମୃତ୍ୟୁ ଘଟିଛି।
  14. 14.ତୁର୍କିରୁ ୟୁରୋପକୁ ପ୍ରବାସୀଙ୍କୁ ନେଇ ଆସୁଥିବା ଏକ ଡଙ୍ଗା ରବିବାର ଝଡ଼ତୋଫାନ ଯୋଗୁ ଦକ୍ଷିଣ ଇଟାଲି ଉପକୁଳ ନିକଟ ସାମୁଦ୍ରିକ ପାହାଡ଼ରେ ପିଟି ହୋଇଯାଇଛି। ଏଥିରେ ପ୍ରାୟ ୫୯ ପ୍ରବାସୀଙ୍କ ମୃତ୍ୟୁ ହୋଇଛି।
  15. 15.ବନ୍ଦେ ଭାରତ ଟ୍ରେନ ଉପରେ  ପୁଣି ଅସାମାଜିକ ବ୍ୟକ୍ତି ଆକ୍ରମଣ କରିଛନ୍ତି | ତେବେ ଏଥର ପଶ୍ଚିମବଙ୍ଗରୁ ନୁହେଁ ବରଂ ଦକ୍ଷିଣ ଭାରତରୁ ଏଭଳି ଖବର ସାମ୍ନାକୁ ଆସିଛି |

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.