• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1. ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ବ୍ୟୟ ଅଟକଳ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ ମୋଟ କାର୍ଯ୍ୟକ୍ରମ ବ୍ୟୟ ବରାଦ ୧ ଲକ୍ଷ ୨୫ ହଜାର କୋଟି ଟଙ୍କା ହେବ । ରାଜସ୍ୱ ପ୍ରାପ୍ତି ୧ ଲକ୍ଷ ୮୪ ହଜାର ୫ଶହ କୋଟି । ଋଣ ଓ ଅନ୍ୟାନ୍ୟ ବାବଦକୁ ମିଳିବ ୪୫ ହଜାର ୫ ଶହ କୋଟି ।
  2. 2. ବଜେଟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପାଇଁ ୯୮୬ ଟଙ୍କା ବ୍ୟୟବରାଦ କରାଯାଇଛି । ପୂର୍ବ ବର୍ଷ ଅପେକ୍ଷା ଏହା ୨୨ ପ୍ରତିଶତ ଅଧିକ ରହିଛି ।
  3. 3. ରାଜ୍ୟରେ ୧୯୭ ଜଣ ଗ୍ରୁପ୍‌‌ ଏ(କନିଷ୍ଠ ବର୍ଗ)ର ଦନ୍ତ ଚିକିତ୍ସିକ ନିଯୁକ୍ତ ହେବେ। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଓଡ଼ିଶା ଲୋକସେବା ଚୟନ ଆୟୋଗ (ଓପିଏସସି)କୁ ଚିଠି ଲେଖିଛନ୍ତି।
  4. 4. ୨୦୧୮ ପରଠାରୁ ରାଜ୍ୟରେ ଗୁଟଖା ସେବନକାରୀଙ୍କ ସଂଖ୍ୟା କମିବାରେ ଲାଗିଥିଲେ ମଧ୍ୟ ଯୁବଗୋଷ୍ଠୀଙ୍କ ମଧ୍ୟରେ ଗୁଟଖା ସେବନକାରୀଙ୍କ ସଂଖ୍ୟା ଚିନ୍ତାଜନକ। ଏଥିପାଇଁ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼଼ୁଛି।
  5. 5. ମିଶନ ଶକ୍ତି ମା’ମାନଙ୍କ ସଶକ୍ତିକରଣ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ୨ହଜାର ୫ଶହ ୫୪ କୋଟି ବ୍ୟୟବରାଦ କରାଯାଇଛି । ଆସନ୍ତା ୫ବର୍ଷ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକୁ ୧୦ହଜାର କୋଟି ଟଙ୍କାର ବ୍ୟବସାୟ ସହାୟତା ଯୋଗାଇବା ପାଇଁ ବ୍ୟୟ ବରାଦ କରାଯାଇଛି ।
  6. 6. ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍‌ରେ ମହିଳା ଓ ଶିଶୁ ବିକାଶ ସମ୍ବନ୍ଧୀୟ ଯୋଜନା ଓ କାର୍ଯ୍ୟକ୍ରମ ପାଇଁ ୩ହଜାର ୬ଶହ ୭୦କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ରଖାଯାଇଛି ।
  7. 7. ବଜେଟ୍ ବ୍ୟୟ ଅଟକଳ ପାଇଁ ମୁଖ୍ୟତଃ ରାଜସ୍ୱ ପ୍ରାପ୍ତିରୁ ୧ ଲକ୍ଷ ୮୪ ହଜାର ୫ ଶହ କୋଟି ଟଙ୍କା ମିଳିବ । ତା ସହିତ ଅନ୍ୟାନ୍ୟ ବାବଦକୁ ମିଳିବାକୁ ଥିବା ୪୫ ହଜାର ୫୦୦ କୋଟି ଟଙ୍କାରୁ ଏହା ଭରଣା କରାଯିବ ।
  8. 8. ରାଜ୍ୟ ବଜେଟରେ ଏଥର କ୍ରୀଡା ଓ ଯୁବସେବା ବିଭାଗ ପାଇଁ ୧୨୧୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଗତ ବର୍ଷ ତୁଳନାରେ ୮ ଗୁଣ ଅଧିକ ବ୍ୟୟ ବରାଦ କରାଯାଇଛି ।
  9. 9. ପାର୍ବତୀ ଗିରି ବୃହତ ଉଠାଜଳସେଚନ ପ୍ରକଳ୍ପ ପାଇଁ ୫ ଶହ କୋଟି ଟଙ୍କା ଏବଂ ବିଜୁ କୃଷକ ବିକାଶ ଯୋଜନାରେ ୧୫ଶହ ଉଠାଜଳସେଚନ ପ୍ରକଳ୍ପ ପାଇଁ ୪ ଶହ କୋଟି ବ୍ୟୟବରାଦ ଅଟକଳ କରାଯାଇଛି।
  10. 10. କଂଗ୍ରେସ ନେତା ପବନ ଖେଡ଼ା ନିଃସର୍ତ୍ତ କ୍ଷମା ମାଗିଛନ୍ତି ବୋଲି ଆଜି ଟୁଇଟ କରି ଆସମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ତେଣୁ, ସେ ଦେଇଥିବା ମନ୍ତବ୍ୟ ସତ୍ୟ ବୋଲି ଆସାମ ପୁଲିସ ସୁନିଶ୍ଚିତ ‌ହୋଇଛି।
  11. 11. ଆଦାନି-ହିଣ୍ଡେନ୍‌ବର୍ଗ ମାମଲା ଉପରେ ରିପୋର୍ଟିଙ୍ଗ୍‌ କରିବାରେ ଗଣମାଧ୍ୟମକୁ ବାଧା ଦେବା ଲାଗି ଆଗତ ଆବେଦନକୁ ଆଜି ସୁପ୍ରିମ୍‌ କୋର୍ଟ ଖାରଜ କରିଛନ୍ତି।
  12. 12. କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଏସ ୟେଦୁରୁପ୍ପା ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ସେ ଆଜି ବିଧାନସଭାରେ ତାଙ୍କର ଶେଷ ଭାଷଣ ଦେଇଥିଲେ।
  13. 13. ଆଦାନୀ ଗ୍ରୁପରେ ନିଜର ଅର୍ଥ ବିନିଯୋଗ କରିଥିବା ଏଲଆଇସିକୁ ବଡ ଝଟକା ଲାଗିଛି । ଆଦାନୀଗ୍ରୁପର ସେୟାର ମୂଲ୍ୟ ହ୍ରାସ ପାଉଥିବା ବେଳେ ଗତ ୫୦ ଦିନ ମଧ୍ୟରେ ଏଲଆଇସି ୫୦ହଜାର କୋଟିରୁ ଅଧିକ ଟଙ୍କାର କ୍ଷତି ସହିଛି ।
  14. 14.୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଓଡିଶା ଅର୍ଥନୈତିକ ସର୍ଭେ ରିପୋର୍ଟ ଗୁରୁବାରଦିନ ବିଧାନସଭାରେ ଆଗତ ହୋଇଛି । ଏହି ଆର୍ଥିକ ବର୍ଷରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୮ ପ୍ରତିଶତ ରହିବା ଆକଳନ କରାଯାଇଛି।
  15. 15. ‘ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ’ ଯୋଜନାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୮୧୧ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ କରାଯାଇଛି। ଏହି ଯୋଜନାରେ ୨୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପାଇ ଉପକୃତ ହେବେ। ଏମାନଙ୍କ ମଧ୍ୟରେ ୬୦ ଭାଗରୁ ଅଧିକ ଛାତ୍ରୀ ମଧ୍ୟ ଉପକୃତ ହୋଇପାରିବେ।
  16. 16.ରାଜଧାନୀରେ ୩୨ଟି ଛକରେ ୩୧୨ଟି ଟ୍ରାଫିକ ଭାଓଲେସନ୍‌‌ ଡିଟେକ୍ଟର ସିଷ୍ଟମ୍‌‌ (ଟିଭିଡିଏସ୍‌‌) କ୍ୟାମେରା ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି। ବିନା ହେଲମେଟ୍‌‌, ଫୋନ୍‌‌ରେ ଗପିବା, ରେଡ୍‌‌ ଲାଇଟ୍‌‌ ଉଲ୍ଲଂଘନ, ମୋବାଇଲ ଫୋନ୍‌‌ରେ ଗପିବା, ରଙ୍ଗ୍‌‌ରୁଟ୍‌‌ ଗାଡ଼ି ଚାଳନା ଓ ଜେବ୍ରା କ୍ରସିଂ ନିୟମ ଭଳି ଟ୍ରାଫିକ ନିୟମ ଭାଙ୍ଗିଲେ ସିସିଟିଭି ଉଲ୍ଲଂଘନକାରୀ ଚିହ୍ନଟ ହେବା ସହ ତୁରନ୍ତ ଅଟୋମେଟିକ ଚାଲାଣ କାଟୁଛି।
  17. 17.ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ସ୍ବାମୀ ଦେବୀସିଂହ ଶେଖାୱତଙ୍କ ପରଲୋକ .. ଶୁକ୍ରବାର ପୁଣେରେ ୮୯ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତିି
  18. 18.ନବରଙ୍ଗପୁର  ମାଓବାଦୀଙ୍କ ବର୍ବରକାଣ୍ଡ.. ପୁଲିସ ଇନଫରମର ସନ୍ଦେହରେ ଘରୁ ଡାକି ନେଇ ଯୁବକଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ.
  19. 19.ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଜଣେ ଗିରଫ.. ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ତଥ୍ୟ ଦେଇ ଗିରଫ.. ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଗିରଫ କଲା ବାଲେଶ୍ବର ପୁଲିସ
  20. 20. ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ୨ୟ ସେମିଫାଇନାଲରେ ଶୁକବ୍ରାର ପ୍ରଥମ ସଂସ୍କରଣର ଚମ୍ପିଆନ୍ ଇଂଲଣ୍ଡ ଓ ଆୟୋଜକ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବ। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.