• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1. ନୂଆଦିଲ୍ଲୀର ବିଜ୍ଞାନ ଭବନରେ ୨୦୧୯, ୨୦୨୦ ଓ ୨୦୨୧ ବର୍ଷ ପାଇଁ ସଂଗୀତ ନାଟକ ଏକାଡେମୀ ଫେଲୋସିପ ଏବଂ ପୁରସ୍କାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଦାନ କରିଛନ୍ତି।
  2. 2. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁଆଣ୍ଡୋରେ ଉତ୍କଳମଣିଙ୍କ ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ କରିଛନ୍ତି.. ଗୋପବନ୍ଧୁଙ୍କ ଏକ ୧୫ ଫୁଟ ଉଚ୍ଚ ପୂର୍ଣ୍ଣ ଅବୟେବ ପ୍ରତିମୂର୍ତ୍ତୀ ଉନ୍ମୋଚନ କରିବା ସହିତ ବିକଶିତ ଶିବ ମନ୍ଦିର, ପୋଖରୀ, ମ୍ୟୁଜିୟମ ଓ ପୈତୃକ ବାସଗୃହର ଉଦ୍‌ଘାଟନ କରିଛନ୍ତି।
  3. 3. ରାସ୍ତାରୁ ହଟିବ ୧୫ବର୍ଷରୁ ଅଧିକ ପୁରୁଣା ଗାଡ଼ି। ଫିଟନେସ ଠିକ୍ ନ ଥିବା ଯାନକୁ ସ୍କ୍ରାପ କରାଯିବ। ରାଜ୍ୟରେ ୨୦ ଲକ୍ଷରୁ ଅଧିକ ଗାଡ଼ି ରାସ୍ତାରୁ ହଟିବ।
  4. 4. ସୁବର୍ଣ୍ଣପୁର ଜିଲା ଖଇରମାଳ ଓ ଗୋଧନେଶ୍ୱରଠାରେ ଇନ୍‌ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକ୍‌ଚର ନିର୍ମାଣ କରାଯିବ। ୬ ବର୍ଷ ମଧ୍ୟରେ ଏହାର ନିର୍ମାଣ ସରିବ। ସାରା ରାଜ୍ୟରେ ୩୨ଟି ଇନ୍‌ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକ୍‌ଚର କରାଯିବ। ପ୍ରଥମ ପର୍ଯ୍ୟାୟରେ ୧୬ଟି ଶେଷ ହେବ। ବଳକା ଟେଣ୍ଡର ଖୁବ୍‌ଶୀଘ୍ର କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
  5. 5. କେପଟାଉନରେ  ମହିଳା ଟି-୨୦ ବିଶ୍ବକପ ସେମିରେ ହାରିଲା ଭାରତ। ଅଷ୍ଟ୍ରେଲିଆଠାରୁ ୫ ରନରେ ହାରିଲା ଭାରତ। ମହିଳା ଟି-୨୦ ବିଶ୍ୱକପରେ ଗୁରୁବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୧୭୨ ରନ୍ କରିଥିବା ବେଳେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୬୭ ରନ୍ କରିପାରିଥିଲା।
  6. 6. ରାଜ୍ୟ ସରକାରଙ୍କ ପକ୍ଷରୁ ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ମାଗଣା କୋଚିଂ ନେବା ପାଇଁ ଗତ ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ୨୦୦ ଜଣ ଛାତ୍ରଛାତ୍ରୀଙ୍କୁ ଏହା ମାଧ୍ୟମରେ ମାଗଣା କୋଚିଂ ଦିଆଯିବ। ମାର୍ଚ୍ଚ ୪ ତାରିଖ ସୁଦ୍ଧା ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରି ପାରିବେ। ଆବେଦନ ଶୁଲ୍କ ୧୦୦ ଟଙ୍କା ପଡ଼ିବ।
  7. 7. ରାଜ୍ୟର ବିଭିନ୍ନ କ୍ଷେତ୍ରରେ ବିକାଶ ଓ ରୂପାନ୍ତରଣ ପାଇଁ ‘୫ଟି’ ନୀତି ଆପଣାଇଛି । ରୂପାନ୍ତରୀକରଣ ମାଧ୍ୟମରେ ଓଡିଶା ସରକାର ମଜବୁତ ହୋଇପାରିଛି।
  8. 8. ଓଡିଶାରପ୍ରତି ଘରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ । ୨୦୨୪ ସୁଦ୍ଧା ସରକାର ଯୋଗାଇ ଦେବେ ।
  9. 9. ଉତ୍କଳ ଦିବସରେ ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ଅନ୍ତର୍ଜାତୀୟ ବିମାନ ସେବା ଭେଟି ଦେବେ। ଏହି ଦିନ ଇଣ୍ଡିଗୋ ବିମାନ ପ୍ରଥମ ଥର ପାଇଁ ସିଧାସଳଖ ଦୁବାଇକୁ ଉଡ଼ିବ।
  10. 10. ନୂଆ କରି ପ୍ରଣୟନ ହୋଇଥିବା ଜାତୀୟ ଶିକ୍ଷା ନୀତି ଅନୁଯାୟୀ ୬ବର୍ଷରୁ କମ୍ ବୟସର ପିଲା ପ୍ରଥମ ଶ୍ରେଣୀରେ ନାମ ଲେଖାଇପାରିବେ ନାହିଁ। ଶିକ୍ଷା ନୀତି ଅନୁଯାୟୀ ଶିଶୁମାନେ ପ୍ରଥମ ୩ବର୍ଷ ପ୍ରି-ସ୍କୁଲ (ପ୍ରାକ୍  ବିଦ୍ୟାଳୟ ) ଶିକ୍ଷା ଗ୍ରହଣ କରିବେ।
  11. 11. କାଳିଆ ଯୋଜନା କାର୍ଯ୍ୟକାରୀ ହେବା ଦିନଠାରୁ ବର୍ତ୍ତମାନ ସୁଦ୍ଧା ଏଥିରେ ୫୯,୭୮,୪୮୧ ଜଣ ଚାଷୀ ଅର୍ନ୍ତଭୁକ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୪୧,୦୮,୯୫୨ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଥିବାବେଳେ ୧୮,୬୯,୫୨୯ଜଣ ଭୂମିହୀନ ଚାଷୀ ରହିଛନ୍ତି।
  12. 12. ରାଜଧାନୀରୁ ସଂଗ୍ରହ ହେଉଥିବା ଅଳିଆକୁ ଖତରେ ପରିଣତ କରାଯାଉଛି। ପରବର୍ତ୍ତୀ ସମୟରେ ଏହାକୁ ବିକ୍ରି କରାଯାଉଛି। ୨ ବର୍ଷ ତଳୁ ଆରମ୍ଭ ହୋଇଥିବା ବ୍ୟବସ୍ଥା ଆଗକୁ ବଢ଼଼ୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ବିଏମସି ଖତ ବିକି ୫୨ ଲକ୍ଷ ଟଙ୍କା ରୋଜଗାର କରି ସାରିଛି।
  13. 13. ବରିଷ୍ଠ କଂଗ୍ରେସ ନେତା ପଓ୍ଵନ ଖେରାଙ୍କୁ ଦିଲ୍ଲୀର ଏକ ଅଦାଲତ ଅନ୍ତରୀଣ ଜାମିନରେ ମୁକ୍ତ କରିବାକୁ ଅନୁମତି ଦେଇଛନ୍ତି। ଗୁରୁବାର ଦିଲ୍ଲୀ ବିମାନ ବନ୍ଦରରେ ଆସାମ ପୁଲିସ ପଓ୍ଵନ ଖେରାଙ୍କୁ ଗିରଫ କରିବା ପରେ କଂଗ୍ରେସ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।
  14. 14. ଏଡପ୍ପାଦୀ ପଲାନୀସ୍ବାମୀ ‘ଏଆଇଏଡିଏମ୍‌କେ’ର ଅନ୍ତରୀଣ ସାଧାରଣ ସମ୍ପାଦକ ରହିବେ ବୋଲି ମାଡ୍ରାସ୍‌ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମ୍‌ କୋର୍ଟ କାଏମ୍‌ ରଖିଛନ୍ତି।
  15. 15. ଭାରତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ଜିଡିପିରେ ଡିଜିଟାଲ କୁଶଳୀମାନଙ୍କର ବଡ ଯୋଗଦାନ ରହିଛି । ଚଳିତ ବର୍ଷ ଏହା ୫୦୮ ବିଲିୟନ ଆମେରିକୀୟ ଡଲାର ବା୧୦୯୦୦୦୦ କୋଟି ଟଙ୍କା ବୋଲି ଏକ ସର୍ବେକ୍ଷଣରୁ ଜଣା ପଡିଛି
  16. 16. ଆମାଜନ୍‌ ଓ୍ୱେବ ସର୍ଭିସ୍ ଦ୍ୱାରା କରାଯାଇଥିବା ମାର୍କେଟ ସର୍ଭେରୁ ଏହି ସୂଚନା ମିଳିଛି । ଡିଜିଟାଲୀ କୁଶଳୀ କାରିଗର ଥିବା ୮୦ ପ୍ରତିଶତ କମ୍ପାନୀମାନଙ୍କରେ ବେଶ୍‌ ଭଲ ଲାଭ ହୋଇଛି । ମାତ୍ର ୮୮ ପ୍ରତିଶତ ସଂସ୍ଥା ଭଲ ଡିଜିଟାଲୀ କୁଶଳୀଙ୍କୁ ପାଇ ପାରୁ ନାହାନ୍ତି ।
  17. 17. ଶ୍ରୀଲଙ୍କାରେ ସାଧାରଣ ନିର୍ବାଚନ ହେବା ନେଇ ତାରିଖ ସ୍ଥିର ହୋଇନଥିବା ରାଷ୍ଟ୍ରପତି ରାନିଲ ବିକ୍ରମାସିଂହେ କହିଛନ୍ତି।
  18. 18. ଆସନ୍ତା ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ +୨ ଥିଓରୀ ପରୀକ୍ଷା। ଏନେଇ ମଙ୍ଗଳବାର ରାଜ୍ୟର ସମସ୍ତ ଜୋନରେ ଥିବା ହବ୍ ସେଣ୍ଟରକୁ ପ୍ରଥମ ପର୍ଯ୍ୟାୟ ପ୍ରଶ୍ନପତ୍ର ପଠାଯାଇଛି ।
  19. 19. ପ୍ରଥମ ପର୍ଯ୍ୟାୟରେ ୫୫ଗୋଟି ବ୍ଲକସ୍ତରୀୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି। ଏହାଛଡ଼ା ଆଉ ୫୦ଟି ନୂତନ ବ୍ଲକସ୍ତରୀୟ ବସ୍‌ଷ୍ଟାଣ୍ଡ ଆଗାମୀ ୨୦୨୩-୨୪ ଆର୍ଥିକ ବର୍ଷରେ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଗୃହରେ ପ୍ରକାଶ କରିଛନ୍ତି।
  20. 20 ବିଶ୍ୱ ବ୍ୟାଙ୍କର ନୂତନ ସଭାପତି ହେବେ ଭାରତୀୟ ବଂସୋଦ୍ଭବ ତଥା ପୂର୍ବତନ ମାଷ୍ଟରକାର୍ଡ ସିଇଓ ଅଜୟ ବାଙ୍ଗା। ଅଜୟ ବାଙ୍ଗାଙ୍କୁ ମନୋନୀତ କରୁଛି ବୋଲି ରାଷ୍ଟ୍ରପତି ଜୋ ବିଡେନ ଗୁରୁବାର ଦିନ ଘୋଷଣା କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.