• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. କର୍ନାଟକର ମହିଳାମାନେ ଶୀଘ୍ର ରାତ୍ରି ଶିଫ୍ଟରେ ମଧ୍ୟ କାରଖାନାଗୁଡ଼ିକରେ କାମ କରିପାରିବେ। ଏହା ସହ ଜଡିତ ଏକ ବିଲ କର୍ନାଟକ ବିଧାନସଭାରେ ଅନୁମୋଦନ ହୋଇଛି।
  2. କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମୋଟ ୮୩ କର୍ମଚାରୀଙ୍କ ବିରୋଧରେ ଦୁର୍ନୀତି ମାମଲାରେ ତଦନ୍ତ ଆରମ୍ଭ କରିବାକୁ ଅନୁମତି ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ସହିତ ୩୮ଟି ଅନୁରୋଧ ବିଚାରାଧୀନ ଅଛି।
  3. ରାଜ୍ୟରେ ଜନସାଧାରଣଙ୍କ ସ୍ବାସ୍ଥ୍ୟସେବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଆଉ ୮ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର(ୟୁପିଏଚ୍‌ସି) ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। 
  4. ବିଶ୍ୱରେ ଗର୍ଭଧାରଣରେ ଜଟିଳତା ଯୋଗୁ ପ୍ରତି ଦୁଇ ମିନିଟରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥାଏ। ଗତ ୨୦ ବର୍ଷ ମଧ୍ୟରେ ମାତୃ ମୃତ୍ୟୁ ହାର ଏକ ତୃତୀୟାଂଶ ହ୍ରାସ ପାଇଛି। ରିପୋର୍ଟରେ କୁହାଯାଇଛି ଯେ ୨୦୦୦ ରୁ ୨୦୧୫ ମଧ୍ୟରେ ମହିଳାଙ୍କ ମୃତ୍ୟୁ ମାମଲାରେ ହ୍ରାସ ଘଟିଥିଲା। 
  5. ଚାଇନା ପରେ ଭାରତୀୟ ରେଳବାଇ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସବୁଜ ରେଳ ନେଟୱାର୍କରେ ପରିଣତ ହୋଇଛି। ଉତ୍ତରପ୍ରଦେଶର ବ୍ରଡ ଗେଜ (ବିଜି) ଲାଇନର ୧୦୦ ପ୍ରତିଶତ ବିଦ୍ୟୁତିକରଣ ସହିତ ସମୁଦାୟ ମାର୍ଗର ୮୫ ପ୍ରତିଶତ କିଲୋମିଟର ବିଦ୍ୟୁତିକରଣ ହାସଲ କରିଛି। ଏହା ଯୋଗୁ ବୈଦେଶିକ ମୁଦ୍ରା ମଧ୍ୟ ସଞ୍ଚୟ ହେଉଛି।
  6. ଦେଶର ପ୍ରମୁଖ ଫିନ୍‌ଟେକ୍‌ ପ୍ଲାଟ୍‌ଫର୍ମ ଫୋନ୍‌ ପେ’ର ଅତ୍ୟାଧୁନିକ ସ୍ମାର୍ଟ ସ୍ପିକରର ଶୁଭାରମ୍ଭ ସମ୍ପର୍କରେ ନିକଟରେ ଘୋଷଣା କରାଯାଇଥିଲା। ହେଲେ ଘୋଷଣାର ୬ମାସ ମଧ୍ୟରେ ଫୋନ୍‌ପେ ପ୍ରାୟ ୨୦ଲକ୍ଷ ସ୍ମାର୍ଟ ସ୍ପିକର ବିଭିନ୍ନ କ୍ଷେତ୍ରରେ ଏହାକୁ ବିତରଣ କରିଥିବା ଜଣାପଡିଛି।
  7. ୨୦୧୮ ରୁ ୨୦୨୨ ମଧ୍ୟରେ ଦେଶରେ ସବୁଠାରୁ ଅଧିକ ବଜ୍ରକାପ୍ତା ଓଡ଼ିଶାରେ (୧୫୪) ଶିକାର ହୋଇଛନ୍ତି। ଇଣ୍ଡିଆ ଟ୍ରାଫିକ୍ ଦ୍ବାରା ପ୍ରକାଶିତ ସଦ୍ୟତମ ରିପୋର୍ଟରେ ଏଭଳି ତଥ୍ୟ ଉଲ୍ଲେଖ କରାଯାଇଛି।
  8. ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିବା ମେଘାଳୟ ବିଧାନସଭା ବାଚସ୍ପତି ମେତବାହ ଲିଙ୍ଗଡ଼ୋ ହେଉଛନ୍ତି ସବୁଠୁ ଧନୀ ପ୍ରାର୍ଥୀ, ଯାହାଙ୍କ ସମ୍ପତ୍ତିର ପରିମାଣ ଗତ ୫ ବର୍ଷରେ ୬୮ ପ୍ରତିଶତ ବୃଦ୍ଧି ପାଇ ୧୪୬.୩୧ କୋଟିରେ ପହଞ୍ଚିଛି।
  9. ଦୀର୍ଘ ୭୫ ଦିନର ଅପେକ୍ଷା ପରେ ଦିଲ୍ଲୀକୁ ଶେଷରେ ନୂଆ ମେୟର ମିଳିଛି। ଆମ୍‌ ଆଦମୀ ପାର୍ଟି ନେତ୍ରୀ ଶେଲି ଓବରୟ ୧୫୦ ଭୋଟ୍‌ରେ ମେୟର ନିର୍ବାଚନ ଜିତିଛନ୍ତି।
  10. ଆହ୍ଲାବାଦ ହାଇକୋର୍ଟର ପୂର୍ବତନ ବିଚାରପତି ଏସ୍‌ ଏନ୍‌ ଶୁକ୍ଳା ଓ ତାଙ୍କ ପତ୍ନୀଙ୍କ ଦ୍ୱାରା ୨.୪୫ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରାଯାଇଥିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏକ ମାମଲା ରୁଜୁ କରିଛି।
  11. ମୋର୍ବି ପୋଲ ଭୁଶୁଡ଼ିବା ଘଟଣାରେ ଗୁଜରାଟ ହାଇକୋର୍ଟ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ପୋଲର ମରାମତି ଦାୟିତ୍ବ ନେଇଥିବା ଓରେଭା ଗ୍ରୁପ୍‌ ପ୍ରତି ମୃତକଙ୍କ ପରିବାର ସଦସ୍ୟଙ୍କୁ ଅନ୍ତରୀଣ ୧୦ ଲକ୍ଷ କ୍ଷତିପୂରଣ
  12. ଦେଶର ସମସ୍ତ ଥାନା ଓ ତଦନ୍ତକାରୀ ଏଜେନ୍‌ସି କାର୍ଯ୍ୟାଳୟରେ ସିସିଟିଭି କ୍ୟାମେରା ବାଧ୍ୟତାମୂଳକ ଭାବେ ଏକ ମାସ ମଧ୍ୟରେ ଲଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
  13. ଭାରତ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା କରାଯାଇଛି। ଅନେକ ବଡ ଖେଳାଳି ୧୬ ଜଣିଆ ଦଳକୁ ଫେରିଛନ୍ତି।
  14. ଆଇସିସି ପୁରୁଷ ଟେଷ୍ଟ ପ୍ଲେୟର ର଼୍ୟାଙ୍କିଙ୍ଗ ତାଲିକା ଏଠାରେ ବୁଧବାର ପ୍ରକାଶ ପାଇଛି। ଏଥିରେ ଭାରତର ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନ ଅଧିକାର କରିନେଇଛନ୍ତି
  15. ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ବ୍ୟୁରୋ (ଏଫବିଆଇ) ଦ୍ୱାରା ଦେଶବ୍ୟାପୀ ଘଟଣାର ବାର୍ଷିକ ସଂକଳନ ଅନୁଯାୟୀ, ୨୦୨୧ ମସିହାରେ ଆମେରିକାରେ ଇହୁଦୀ ଏବଂ ଶିଖ ସମ୍ପ୍ରଦାୟମାନେ ଘୃଣା ଅପରାଧର ସର୍ବାଧିକ ଟାର୍ଗେଟରେ ଥିଲେ

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.