• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1. କ୍ରୀଡା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ମିଳିଛି । ପ୍ରସିଦ୍ଧ କ୍ରୀଡା ପତ୍ରିକା ସ୍ପୋର୍ଟସ ଷ୍ଟାର ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି। ଆଜି ମୁମ୍ବାଇରେ ଆୟୋଜିତ ‘Sportstar Aces-2023 Awards’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର “Best State for Promotion of Sports” ଗ୍ରହଣ କରିଛନ୍ତି। 
  2. 2॰ଓଡିଶାରେ କଳାମାଟିକୁ କପା ଚାଷ ସୁହାଉଥିବା ହେତୁ ରାୟଗଡ଼ା ଓ କଳାହାଣ୍ଡି ସମେତ କଳା ମାଟି ଉପଲବ୍ଧ ଥିବା ପ୍ରମୁଖ ୧୩ ଜିଲ୍ଲାରେ କପା ସମବାୟ ସମିତି ଗଠନ ହେବ। ସମବାୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ୨ ହଜାର ହେକ୍ଟର ଜମିରେ କପା ଚାଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଉକ୍ତ ଲକ୍ଷ୍ୟ ପୂରଣ ହୋଇସାରିଛି।
  3. 3.ଓଡ଼ିଶା। ବସ୍ତିର ବିକାଶରେ ସରକାରଙ୍କ ସହ ବସ୍ତିବାସିନ୍ଦାଙ୍କ ସହଯୋଗ ବି ଉଲ୍ଲେଖନୀୟ। ରାଜ୍ୟର ବିକାଶ ପାଇଁ ଅନ୍ୟ ରାଜ୍ୟ ବି ଏଭଳି ଯୋଜନା କାର୍ଯ୍ୟକାରୀ କରିବା ଦରକାର। ଭାରତ ଦର୍ଶନ ମାଧ୍ୟମରେ ଭୁବନେଶ୍ବର ଆସିଥିବା ୬ଟି ରାଜ୍ୟର ଆଇଏଏସ୍ ଅଧିକାରୀ ଜାଗା ମିଶନକୁ ଏଭଳି ପ୍ରଶଂସା କରିଛନ୍ତି ।
  4. 4. ୫ ଦିନିଆ ସିବିଆଇ ରିମାଣ୍ଡରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କୁ ୫ ଦିନିଆ ରିମାଣ୍ଡରେ ପଠାଇଛନ୍ତି । ମାର୍ଚ୍ଚ ୪ ତାରିଖ ଯାଏ ସିବିଆଇ ହେପାଜତରେ ରହିବେ ମନୀଷ ସିସୋଦିଆ ।
  5. 5. ବିଶିଷ୍ଟ ଶିଳ୍ପପତି ତଥା ରିଲାୟନ୍ସ ଗ୍ରୁପର ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁମ୍ବାଇରେ ମୁକେଶ ଅମ୍ବାନୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ସାକ୍ଷାତ ହୋଇଛି । ଓଡ଼ିଶା ନିବେଶର ଉପଯୁକ୍ତ ସ୍ଥାନ ବୋଲି କହିଛନ୍ତି ମୁକେଶ ଅମ୍ବାନୀ ।
  6. 6. ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ବିଶ୍ଵ ରଞ୍ଜନ ବେହେରା ୫୦ ହଜାର ଟଙ୍କା ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡ଼ିଛନ୍ତି। ଜଣେ ଦଲାଲ ଜରିଆରେ ଏହି ଲାଞ୍ଚ ଟଙ୍କା ନେଉଥିଲେ । ତେବେ ସଂପୃକ୍ତ ଦଲାଲକୁ ବି ଗିରଫ କରିଛି ସିବିଆଇ। 
  7. 7।ଓଡ଼ିଶାର ରାଜ୍ୟର ୩ଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମାଟି ତଳେ ଗଛିତ ରହିଛି ସୁନା ପଥର। ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ଓ ଭାରତୀୟ ସର୍ବେକ୍ଷଣ ସଂସ୍ଥା ମାଧ୍ୟମରେ ପ୍ରାରମ୍ଭିକ ଅନୁସନ୍ଧାନ କରାଯାଇ ରାଜ୍ୟର ଦେବଗଡ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୁନା ପଥର ଥିବାର ସୂଚନା ମିଳିଛି । 
  8. 8. ଆସନ୍ତା ମାର୍ଚ୍ଚ ୧ରୁ ଯୁକ୍ତ ଦୁଇ ପରୀକ୍ଷା ହେବ । ଏଥର ସିସିଟିଭି ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ସବୁ ପ୍ରସ୍ତୁତି କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
  9. 9.ନେପାଳର ଦ୍ୱିତୀୟ ବୃହତ୍‌ ରାଜନୈତିକ ଦଳ ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କ ସିପିଏନ୍‌-ୟୁଏମ୍‌ଏଲ୍‌ ପୁଷ୍ପ କୁମାର ଦହଲ ‘ପ୍ରଚଣ୍ଡ’ଙ୍କ ନେତୃତ୍ୱାଧୀନ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଛି। 
  10. 10.ନେପାଳରେ ରାଜନୈତିକ ଅସ୍ଥିରତା ଜାରି ରହିଛି । ମାର୍ଚ୍ଚ ୨୮ ସୁଦ୍ଧା ପ୍ରଧାନମନ୍ତ୍ରୀ ପୁଷ୍ପା କମଲ ଦହଲଙ୍କୁ ସଂସଦର ନିମ୍ନ ଗୃହ-ପ୍ରତିନିଧି ସଭାରେ ବିଶ୍ୱାସମତ ହାସଲ କରିବାକୁ ପଡିବ । 
  11. 11.ଦଶନ୍ଧି ଧରି ଆମେରିକା ଏବଂ ରୁଷିଆ ସ୍ଥଳ ଭାଗରେ ପରସ୍ପରର ପରମ ଶତ୍ରୁ ହୋଇଥାଇ ପାରନ୍ତି, କିନ୍ତୁ ମହାକାଶରେ ତାହା ନୁହେଁ। 
  12. 12.ଇଣ୍ଡୋନେସିଆରେ ଭୟଙ୍କର ଭୂକମ୍ପ ହୋଇଛି। ସୋମବାର ମାତ୍ର ୧ ଘଣ୍ଟା ମଧ୍ୟରେ ଗୋଟିଏ ପରେ ଗୋଟିଏ ୫ ଥ ଭୂକମ୍ପ ହୋଇଥିଲା। ଏସବୁର ତୀବ୍ରତା ରିକ୍ଟର ସ୍କେଲରେ ୩.୧ ରୁ ୪.୫ ପର୍ଯ୍ୟନ୍ତ ଥିଲା।
  13. 13.ଭାଜପା ନେତା ତଥା ଅଭିନେତ୍ରୀ ଖୁସ୍‌ବୁ ସୁନ୍ଦରଙ୍କୁ ଜାତୀୟ ମହିଳା ଆୟୋଗ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। 
  14. 14.ଦିଲ୍ଲୀ ମଦ ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଗିରଫ କରିବା ନେଇ ଏଏପି ଭାଜପାକୁ କଡ଼ା ସମାଲୋଚନା କରିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସୋସିଆଲ ମିଡିଆରେ ଟୁଇଟ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି
  15. 15.ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ସୋମବାର ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡର (ଏଚଏଏଲ)ର ବିମାନ ‘ହିନ୍ଦୁସ୍ଥାନ ୨୨୮-୨୦୧ ଏଲଡବ୍ଲୁ’ ର ଏକ ନୂତନ ସଂସ୍କରଣକୁ ଅନୁମୋଦନ କରିଛି। 
  16. 16.ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ପାଞ୍ଚ ଦିନିଆ ସିବିଆଇ ରିମାଣ୍ଡରେ ଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି।
  17. 17.ଜି-୨୦ ଆଧିକାରିକ ସ୍ତରୀୟ ଚର୍ଚ୍ଚା ଓ ନୀତି ନିର୍ଦ୍ଧାରଣରେ ଲିଙ୍ଗଗତ ବିଚାରକୁ କିଭଳି ମୁଖ୍ୟସ୍ରୋତରେ ସୁନିଶ୍ଚିତ କରାଯାଇପାରିବ ସେ ନେଇ ଡବ୍ଲ୍ୟୁ (ମହିଳା)-୨୦ରେ ଭାରତ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହୋଇଛି।
  18. 18.ଚଳିତ ସପ୍ତାହରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଅଷ୍ଟ୍ରେଲିଆର ବିଦେଶ ମନ୍ତ୍ରୀ ପେନି ୱଙ୍ଗ।
  19. 19.ଆମେରିକାର ସିଲିକନ ଭ୍ୟାଲିରେ ବ୍ୟାପକ ଛଟେଇ ଚାଲିଥିବା ବେଳେ କର୍ମଚାରୀ ସଙ୍କଟ ଦେଇ ଗତି କରୁଥିବା ଜର୍ମାନି ସେମାନଙ୍କୁ ହାତେଇବା ଲାଗି ଉଦ୍ୟମ ଆରମ୍ଭ କରିଛି।
  20. 20.ଭାରତ ସରକାରଙ୍କ ଦ୍ବାରା ମାନ୍ୟତାପ୍ରାପ୍ତ ଷ୍ଟାର୍ଟଅପ୍ସ ଏବଂ ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ପାଇଁ ଆସନ୍ତା ଜାନୁଆରି ୨୦୨୪ ପର୍ଯ୍ୟନ୍ତ ମାଗଣାରେ ୫ଜି ଟେଷ୍ଟ ବେଡ୍ ସୁବିଧା ଯୋଗାଇଦେବା ଲାଗି ସଞ୍ଚାର ମନ୍ତ୍ରଣାଳୟ ଅଧୀନରେ ଦୂରସଞ୍ଚାର ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.